News
WhatsApp Image 2023-10-04 at 17.25.00
samparksetu

ସ୍ମଶାନରୁ ମୃତ ବୃଦ୍ଧା ଙ୍କ ଖପୁରୀ ଆଣି ପୂଜାର୍ଚ୍ଚନା,ଭୟଭୀତ ପରିବାର ଲୋକେ

ବିଜ୍ଞାନ ଯୁଗରେ ଏବେବି ଚାଲିଛି ତନ୍ତ୍ରବିଦ୍ୟା ସାଧନା । ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରୁ ମୁଣ୍ଡ ବାହାର କରି କରାଯାଇଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରାବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମରେ । ବୃଦ୍ଧା ହେଲେ ଦ୍ରୌପଦୀ ନାଥ , ସେ ଗତ ଜୁନ ମାସ ୧୫ ତାରିଖ ଶୁକ୍ରବାର ଅର୍ଥାତ ରଜ ସଂକ୍ରାନ୍ତି ପର ଦିନ ସନ୍ଧ୍ୟା ୫ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ରାମିଆଳ ନଦୀକୂଳେ ଥିବା ତାଙ୍କ ଜମିରେ ଯଥା ରୀତିନୀତିରେ ବୃଦ୍ଧା ମହିଳାଙ୍କୁ ଗାତଖୋଳି ପୋତାଯାଇଥିଲା । କିନ୍ତୁ ଆଜି ସକାଳୁ ପୋତା ହୋଇଥିବା ସ୍ଥାନ ନିକଟରେ ଗାତଖୋଳି ବୃଦ୍ଧାଙ୍କ ମୁଣ୍ଡ ଟି ବାହାରକରି ଧୂପକାଠି,ସିନ୍ଦୂର,ନୂଆ ଗାମୁଛା ଓ ଅରୁଆଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇଥିଲେ । କିଏ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ନେଇ ୬ ମାସ ତଳୁ ମୃତ ବୃଦ୍ଧାଙ୍କ ମୁଣ୍ଡ ବାହାର କରି ପୂଜାର୍ଚ୍ଚନା କରିଛି ତାହା ଜଣା ପଡିନାହିଁ । କିନ୍ତୁ କେହି ତନ୍ତ୍ର ସାଧନା ଯୋଗୁଁ ଏପରି କରାଯାଇଥିବା ଅନୁମାନ କରାଯାଉଛି । ପରିବାର ଲୋକେ ଓ ଗ୍ରାମବାସୀ ଏଥିରେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେଣୁ ପୋଲିସ ତୁରନ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ମାନେ ଦାବି କରୁଥିବା ବେଳେ, ଏ ସମ୍ପର୍କରେ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ।

new life
You might also like
error: Content is protected !!