News
WhatsApp Image 2023-10-04 at 17.25.00
samparksetu

ଡ଼. ଆମ୍ବେଦକର ଙ୍କ ସ୍ମୃତି ସ୍ଥାନରେ ମହିଳା ମିଶନ କାଫେ ଷ୍ଟଲ୍ କୁ ସଂଗଠନ ପକ୍ଷରୁ ବିରୋଧ ପରେ ଆମ୍ୱେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ , ଆମ୍ୱେଦକର ଭବନ ଓ କଲେଜ ରୋଡକୁ ଆମ୍ବେଦକର ନାମରେ ନାମିତ ନିଷ୍ପତି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକର ଙ୍କ ସ୍ମୃତି ସ୍ଥାନରେ ମହିଳା ମିଶନ କାଫେ ଷ୍ଟଲକୁ ଖୋଲିବାକୁ ନେଇ ଜିଲ୍ଲା ଦଳିତ ମହାସଂଘ, ଭିମ୍ଆର୍ମି ଓ ମିଳିତ ମଞ୍ଚ ପକ୍ଷରୁ ୧୨ ତାରିଖ ଦିନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା ।

ପରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ତାଙ୍କର କାର୍ଯ୍ୟାଳୟ ପରିଷରରେ ସମସ୍ତ କର୍ମକର୍ତ୍ତା ଓ ପୂର୍ତ୍ତ ବିଭାଗ ଅଧିକାରୀ ଅତିରିକ୍ତ ତହସିଲ୍ ଦାର ରାଜସ୍ୱ ନିରକ୍ଷକଙ୍କୁ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡକାଯାଇ କାମାକ୍ଷାନଗର ପୁରୁଣା ବସ୍‌ଷ୍ଟାଣ୍ଡ ସମ୍ମୁଖରେ ୨ଲକ୍ଷ ଟଙ୍କା ବିନିମୟରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଓ ଗୋଟିଏ ଆମ୍ବେଦକର ଭବନ ଓ ପୁରୁଣା ବସଷ୍ଟାଣ୍ଡରୁ କଲେଜ୍‌କୁ ଯାଇଥିବା ମୁଖ୍ୟ ରାସ୍ତାକୁ ଆମ୍ବେଦକର ଙ୍କ ନାମରେ ଘୋଷଣା କରିବା ପରେ ଉପଜିଲ୍ଲାପାଳ ପ୍ରତିସ୍ମୃତି ଦେବାପରେ ଆନ୍ଦୋଳନ ଡାକରାକୁ ସ୍ଥଗିତ କରାଯାଇଛି।

new life
You might also like
error: Content is protected !!