News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡି ନାବାଳକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ରେ ଆଜି ଏଭଳି ଅଘଟଣ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଅଁଳାବେରେଣି ଯୁଆଙ୍ଗ ସାହି ର ବିଭୁତି ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ (୧୦) ।

ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ l ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟ ରେ ସେ ପୋଖରୀ ରେ ବୁଡି ଯାଇଥିଲେ l ଏହା ଦେଖି ସାଙ୍ଗମାନେ ତାଙ୍କ ଘର ଲୋକଙ୍କୁ ଡାକିବାକୁ ଗଲେ l ଗ୍ରାମବାସୀ ଓ ଘର ଲୋକ ପ୍ରଭାକର ଙ୍କୁ ଉଦ୍ଧାର କରି ତୁରନ୍ତ ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ l ସେଠି ଡାକ୍ତର ଅର୍ଚନା ସାହୁ ତାଙ୍କୁ ମୃତ ଘୋଷଣା କରିଥିଲେ l

new life
You might also like
error: Content is protected !!