News
WhatsApp Image 2023-10-04 at 17.25.00
samparksetu

ଅଁଳାବେରେଣୀ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ଅଙ୍ଗନବାଡ଼ି କେନ୍ଦ୍ର ପରିସର ମଧ୍ୟରେ ୨୪୪ଟି କେନ୍ଦ୍ରର କର୍ମୀ ଙ୍କ ଉପସ୍ଥିତିରେ ସରକାରଙ୍କର କର୍ମୀ ଙ୍କ ପ୍ରତି ଉଦାସୀନ ମନୋଭାବ ଓ ମାନସୀକ ଯନ୍ତ୍ରଣା ମଧ୍ୟରେ ଗତି କରୁଥିବା ସଂପର୍କରେ ଆଲୋଚନା କରିଥିଲେ। ଭାରତୀୟ ମଜଦୁର ସଂଘ ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ପଙ୍କଜିନି ପଣ୍ଡା ଙ୍କୁ ବିଭିନ୍ନ ସମସ୍ୟା ନେଇ କର୍ମୀ ମାନେ ଅଭିଯୋଗ କରିଥିଲେ।

ପୂର୍ବରୁ କର୍ମୀଙ୍କ ଦ୍ବାରା ସରକାର ଙ୍କ ନିର୍ଦ୍ଦେଶରେ ମହିଳା ସଂଘ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଏବେ କର୍ମୀଙ୍କୁ ଅଣଦେଖା ଓ ମାନସିକ ଯନ୍ତ୍ରଣା ଭୋଗୁ ଥିବା ସଂର୍ପକରେ ଆଲୋଚନା ହୋଇଥିଲେ । ଏବେ ବିଭିନ୍ନ ଗ୍ରାମରେ ମହିଳା ସଂଘ ଗଠନ .କରି ସାରିବା ପରେ ସେମାନଙ୍କୁ ସାମାଜିକ ମର୍ଜତା, ଆର୍ଥୀକ ସହାୟତା ଦରମା ଦେଇ ସରକାର ଭୋଟ ବ୍ୟାଙ୍କ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।

କେନ୍ଦ୍ରରେ ଅଣ୍ଡା ଓ ଛତୁଆ ଯୋଗାଣ କୁ ନେଇ କର୍ମୀ ସବୁବେଳେ ଜନ ସାଧାରଣଙ୍କ ସମୁଖରେ ଅପମାନ ର ଶିକାର ହେଉଛନ୍ତି। ବଜାରରେ ଅଣ୍ଡା ଦର ଅଧିକା ହୋଇଥିବାବେଳେ କର୍ମୀମାନେ କମ୍ ଟଙ୍କାରେ କିଭଳି ଅଣ୍ଡା ଓ ଉନ୍ନତ ମାନର ଛତୁଆ ପାଇପାରିବେ ସେ ସଂର୍ପକରେ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ସଂଘର ସଭାନେତ୍ରୀ ହରପ୍ରିୟା ଓଝା, ଉପସଭାନେତ୍ରୀ ମଞ୍ଜୁ ବାଳା ପୃଷ୍ଟି,ସଂପାଦିକା ଅରୁଣ ପୃଷ୍ଟି,ସଭ୍ୟା ସଯୁକ୍ତ ପଣ୍ଡା ,ପ୍ରମୁଖ ଉପସ୍ଥିତ ଥିବାବେଳେ ବରିଷ୍ଠ ସାମ୍ପାଦିକ ଅକ୍ଷୟ କୁମାର ନଦ, ଯୁବ ଆଇନ୍ ଜୀବୀ ବିମଳ ବିଶ୍ଵାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏ ସଂପର୍କରେ ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇ ପାରିବ । କର୍ମୀମାନଙ୍କୁ ସୂଚନା ଦେଇଥିଲେ ।

new life
You might also like
error: Content is protected !!