News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ପାଞ୍ଚଟି ନୂତନ ଗୃହ ଉଦଘାଟନ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳର ରେଞ୍ଜର ନୂତନ ଅଫିସ୍ ଗୃହ ସମେତ ଜଗ୍ନନାଥ ବଜାର, ଗୁଣ୍ଡିଚା ନାଳି ,ମୁକ୍ତାପସିର କାମର୍ଦା ଓ କାଦ ବସନ୍ତରେ ବିଟ ହାଉସ୍ ବନଖଣ୍ଡ ଅଧିକାରୀ ଉଦଘାଟନ କରିଛନ୍ତି ।

ରାଜ୍ୟ ସରକାରଙ୍କର କାମ୍ପା ଅନୁଦାନ ଯୋଜନାରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଅଫିସ୍ ଓ ବିଟ ହାଉସ୍ ନିର୍ମିତ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।ଉଦଘାଟନ ଉତ୍ସବରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ,ଏସ୍.ସି. ଏଫ ସୁବ୍ରତ କୁମାର ପାତ୍ର, ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବନବିହାରୀ ସର୍ଦ୍ଦାର ,ଫରେଷ୍ଟର ରମେଶ ଚନ୍ଦ୍ର ସାହୁ ଓ ଅଳାଁବେରେଣୀ ବିଟର ଫରେଷ୍ଟର ରମେଶ ଚନ୍ଦ୍ର ପାଣି ଗ୍ରାହୀ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

new life
You might also like
error: Content is protected !!