News
WhatsApp Image 2023-10-04 at 17.25.00
samparksetu

ନଦୀ ରେ ବୁଡି ଯୁବକ ମୃତ

ନଦୀ ରେ ବୁଡି ଯୁବକ ମୃତ l ମୃତକ ହେଲେ କାମାକ୍ଷାନଗର ଥାନା ଅନନ୍ତପୁର ସାହି ର କିଶନଚାନ୍ଦ ଭୂୟାଁ l

ସୂଚନା ଅନୁଯାୟୀ, କିଶନ ନିଜ ସାଙ୍ଗ ମାନଙ୍କ ସହ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ଠାରେ ଥିବା ରାମିଆଳ ନଦୀ କୁଳ କୁ ଯାଇଥିଲେ l ସେଠାରେ ଭୋଜି ସାରିବା ପରେ ସାଙ୍ଗମାନଙ୍କ ସହ ନଦୀ ରେ ଗାଧୋଇବା ବେଳେ କୌଣସି କାରଣ ରୁ ନଦୀ ରେ ନିଖୋଜ ହୋଇ ଯାଇଥିଲେ l ପାଖରେ ଥିବା ସାଙ୍ଗସାଥୀ ମାନେ ଖୋଜାଖୋଜି କରି କିଶନ କୁ ନପାଇବାରୁ କାମାକ୍ଷାନଗର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ଦୀର୍ଘ ଚାରି ଘଣ୍ଟା ର ସର୍ଚ୍ଚ ଅପରେସନ ପରେ କିଶନ କୁ ଉଦ୍ଧାର କରିଥିଲେ l ପରେ ତୁରନ୍ତ ତାକୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କିଶନ ତାଙ୍କ ବାପା, ମା ଙ୍କ ଏକମାତ୍ର ପୁଅ ଥିବାବେଳେ ତାଙ୍କର ବିୟୋଗ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ବହୁତ ସ୍ଥାନୀୟ ଲୋକ ମେଡିକାଲ ରେ ରୁଣ୍ଡ ହୋଇଥିଲେ l

new life
You might also like
error: Content is protected !!