News
WhatsApp Image 2023-10-04 at 17.25.00
samparksetu

ଘର ଢ଼ଳେଇ ଭୋଜି ଖାଇ ଝାଡାବାନ୍ତିରେ ୨ ଶ୍ରମିକ ମୃତ,୪ ଗୁରୁତର ଏବଂ ୧୫ ରୁ ଅଧିକ ଆକ୍ରାନ୍ତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅରଖପାଳ ପଞ୍ଚାୟତ ଅନ୍ତର୍ଗତ ବେଢାପାଳ ଗାଁରେ ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି।

ଝାଡାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ବ୍ୟକ୍ତି ଗୁରୁତର ଏବଂ ୧୫ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୪ ଗୁରୁତରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ବେଢାପାଳ ଗାଁର ବାଙ୍କ ମଲ୍ଲିକ ଏବଂ ଭଗବାନ ମଲ୍ଲିକ ।

ଗୁରୁତର ମାନେ ହେଲେ ଗୋପବନ୍ଧୁ ସ୍ବାଇଁ,ବିଚିତ୍ର ଲେଙ୍କା,ଜଗବନ୍ଧୁ ଲେଙ୍କା,ପପୁନା ମଲ୍ଲିକ।

ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ଗ୍ରାମର ସବେଈ ବେହେରାଙ୍କ ଘର ଛାତ ପଡିଥିଲା। ସେଠାକୁ ପ୍ରାୟ ୨୨ ଜଣ ଶ୍ରମିକ କାମ କରିବାକୁ ଯାଇଥିଲେ। ସେଠାରେ ରୋଷେଇ ହୋଇଥିବା ମାଛ ଓ ଚିକେନ ଭୋଜିକୁ ସମସ୍ତେ ଖାଇଥିଲେ ।

ଆଜି ସକାଳୁ ଝାଡାବାନ୍ତିର ଶିକାର ହୋଇ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ବାଙ୍କ ମଲ୍ଲିକଙ୍କ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା ଏବଂ ଭଗବାନ ମଲ୍ଲିକଙ୍କ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ଏ ନେଇ ସମଗ୍ର ଗାଁରେ ଝାଡ଼ାବାନ୍ତିକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

new life
You might also like
error: Content is protected !!