News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଆଜି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି ।ବ୍ଲକର ସମସ୍ତ ୨୨ଟି ପଂଚାୟତର ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିବାବେଳେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ସଭାପତିତ୍ୱ ଅନୁଷ୍ଠିତ ଆଜିର ଏହି ପଂଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ କହିଲେ ଗାଁରେ ରହୁଥିବା ଲୋକଙ୍କ ପାଇଁ ସହରୀ ସୁବିଧା ମିଳୁଛି ଆଗକୁ କିପରି ଅଧିକ ସୁବିଧା ମିଳିବ ତାରି ଉପରେ ସମସ୍ତଙ୍କର ସହ ସହଭାଗୀତା ଦରକାର ।

ପଂଚାୟତ ଠାରୁ ବ୍ଲକ ଆଉ ଜିଲ୍ଲା ସମସ୍ତେ ସଠିକ ଭାବରେ କାମ କଲେ ଗାଁରେ ଉର୍ଣ୍ଣତି ହେବ ।ଏଠାରେ ଅନ୍ୟତମ ଅତିଥି ଭାବରେ ପରଜଙ୍ଗ ବିଧାୟକ ନୃସିଂହ ସାହୁ ଉପସ୍ଥିତ ରହିଥିଲେ ।ବ୍ଲକର ବିଭିନ୍ନ ଉନୟନ ମୂଳକ କାମ କିପରି ହେବ ସେହି ଉପାରେ ଆଲୋଚନା କରାଯାଇଥିଲା । ବିଡ଼ିଓ ବିକାଶ କୁମାର ମହାନ୍ତି , ବ୍ଲକ ଉପାଅଧ୍ୟକ୍ଷା ରଂଜିତା ବିଶ୍ୱାଳ ,ଆକାଉଣ୍ଟ ଅଫିସର ଧୀରେନ ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ରଂଜିତ ବେହେରା,ବ୍ଲକ ପ୍ରଗତି ସହାୟକ ଶତ୍ରୁଘନ ଦଣ୍ଡପାଟଙ୍କ ସମେତ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି , ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଆଲୋଚନା କରାଯାଇଥିଲା ।

new life
You might also like
error: Content is protected !!