News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ରେ ପୁଣି ମାତିଲେ କଳା ପଲସର ଲୁଟେରା,ଲୁଟିନେଲେ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର ଥାନା ଅଞ୍ଚଳ ରେ ଲୁଟ ଆତଙ୍କ ର ଅନ୍ତ ହେଉନି l କିଛି ଦିନ ବ୍ୟବଧାନ ରେ ଆଜି ପୁଣି କଳାପଲସର ଗ୍ୟାଙ୍ଗ ଦ୍ୱାରା ଲୁଟ ର ଶିକାର ହୋଇଛନ୍ତି ଦମ୍ପତି l

ସୂଚନା ଅନୁସାରେ , କନ୍ତିଓ ପୁଟସାହି ଗ୍ରାମର ରୀନା ସାହୁ ଆଜି ନିଜ ସ୍ୱାମୀ ସୁଦାମ ଚରଣ ସାହୁ ଙ୍କ ସହ କାମାକ୍ଷାନଗର ସ୍ଥିର ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଟଙ୍କା ଉଠାଇବାକୁ ଆସିଥିଲେ l ଦ୍ବିପ୍ରହର ସମୟ ରେ ବ୍ୟାଙ୍କ ରୁ ଏକ ଲକ୍ଷ ଦଶହଜାର ଟଙ୍କା ଉଠାଇ ରୀନା ତାଙ୍କ ଭ୍ୟାନିଟି ମଧ୍ୟରେ ରଖି ଏକ ଦୋକାନ ରୁ ମୃଦୁପାନୀୟ ପିଇ ନିଜ ଘରକୁ ବାହାରିଥିଲେ l ଘରକୁ ଯିବା ବାଟରେ ଜଡ଼ାପାଳ ନିକଟରେ ଏକ କଳା ରଙ୍ଗର ପଲସର ରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଗାଡି ରୁ ଟାଣି ଆଣି ଟଙ୍କା ଭର୍ତି ଭ୍ୟାନିଟିକୁ ଲୁଟି ନେଇଥିଲେ ।

ଏକ ଲକ୍ଷ ଦଶହଜାର ଟଙ୍କା ବାଦ ରୀନା ଙ୍କ ଭ୍ୟାନିଟୀ ରେ ୩୫ ଶହ ଟଙ୍କା, ଏଲ ଆଇ ସି କାର୍ଡ, ଏକ ଚେକବୁକ ଓ ମୋବାଇଲ କୁ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ର ଶିକାର ପରେ ରୀନା କାମାକ୍ଷାନଗର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l ବର୍ତ୍ତମାନ କାମାକ୍ଷାନଗର ଅଞ୍ଚଳ ରେ ଦିନକୁ ଦିନ ଲୁଟ, ଡକାୟତ ବୃଦ୍ଧି ପାଉଥିବା ବେଳେ ବାରମ୍ବାର ପୋଲିସ ର ବିଫଳତା ସାଧାରଣ ରେ ପୋଲିସ ର ଦକ୍ଷତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l

new life
You might also like
error: Content is protected !!