News
WhatsApp Image 2023-10-04 at 17.25.00
samparksetu

ଖର୍ଚ୍ଚ ଅନୁଯାୟୀ ହେଲାନି ଅମଳ ,ଚିନ୍ତାରେ ଆଳୁ ଚାଷୀ

ରାଜ୍ୟରେ ଆଳୁ ସଙ୍କଟ ରହିଥିବା ବେଳେ ଚାଷୀମାନେ କରୁଛନ୍ତି ଆଳୁଚାଷ , କିନ୍ତୁ ସେମାନଙ୍କୁ ମିଳୁନାହିଁ ସରକାରୀ ପ୍ରତ୍ସାହନ । ଖର୍ଚ୍ଚ ଅନୁସାରେ ଅମଳ ନାହିଁ ଯେତିକି ଅମଳ ହେଲା ତାକୁ ସାଇତି ରଖିବା ଚିନ୍ତାରେ କାମାକ୍ଷାନଗର ଆଳୁ ଚାଷୀ ନାହିଁ ଶୀତଳ ଭଣ୍ଡାର ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଆଳୁ ଚାଷୀ ଚିନ୍ତାରେ ଅମଳପରେ ଆଳୁ ରଖିବାର ବ୍ୟବସ୍ତା ନ।ହିଁ ଦରଅଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।ରାଜ୍ୟରେ ଆଳୁର ଚାହିଦା ରହିଥିବା ବେଳେ ସରକାର ଏଥିପ୍ରତି ଦ୍ରୁଷ୍ଟି ଦେଉ ନଥିବାରୁ ଉଭୟ ଖାଉଟି ଓ ଚାଷୀ ସଙ୍କଟରେ ପଡ଼ୁଛନ୍ତି ।

କାମାକ୍ଷାନଗର ଅଞ୍ଚଳର ରେକୁଳା,ନୁଆଁରେକୁଳା ,ଇନ୍ଦିପୁର ,ବଡ଼ ଇନ୍ଦିପୁର,ମହୁଲପାଳ,କାଦୁଆ,ବାଲିଗୋରଡ,ବାଇଶିଙ୍ଗା,କଙ୍କଡ଼ାହାଡ଼,ମହାବିରୋଡ଼,ଦଶିପୁର ଆଦି ଗ୍ରାମରେ ସହସହ ଏକର ଜମିରେ ଆଳୁ ଚାଷ କରୁଛନ୍ତି ଚାଷୀ ,ହେଲେ ଚଳିତ ବର୍ଷ ରୋଗରେ ଆଳୁଚାଷ ବିଶେଷ କ୍ଷତି ହୋଇଛି ।ପିମ୍ପୁଡିଆ ରୋଗ ସାଙ୍ଗକୁ ଆଳୁର ଆକାର ମଧ୍ୟ ସାନ ରହିଛି ।ଅନେକ ଆଳୁ ଜମିରେ ପକାଇ ଦେଇ ଯାଇଛନ୍ତି ଚାଷୀ ।ଆଳୁର ଦର ରାଜ୍ୟରେ ରହୁଛି କିନ୍ତୁ ଏଠାକାର ଚାଷୀମାନଙ୍କର ଅମଳ ହେଲା ବେଳକୁ ରଖିବାର କୌଣସି ସୁବିଧା ନଥିବାରୁ ଦର ଅଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

କେଜି ପ୍ରତି ୧୦ରୁ ୧୨ଟଙ୍କାରେ ବିକ୍ରି ହେଉଛି ।କାରଣ ଏହି ସବୁ ଅଞ୍ଚଳରେ ଶୀତଳ ଭଣ୍ଡାର ନାହିଁ ଆଳୁ ରଖିଲେ ନଷ୍ଟ ହେବା ଆଶଙ୍କାରେ ଚାଷୀ ।ଏହି ସବୁ ଆଳୁକୁ ଯଦି ରଖା ଯାଇପାରନ୍ତ। ତାହାହେଲେ ରାଜ୍ୟରେ ହେଉଥିବା ଆଳୁ ସଙ୍କଟ ସମୟରେ କିଛି ମାତ୍ରାରେ ସହାୟକ ହୁଅନ୍ତା ।ଚାଷୀ ମାନଙ୍କୁ କୌଣସି ସରକାରୀ ସ୍ତରରେ କୃଷି ବିଭାଗ ତରଫରୁ ପରାମର୍ଶ କି ଅନ୍ୟ କୌଣସି ସାହାଯ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ ।ଏହା ଉପରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କୁହନ୍ତି ଶୀତଳ ଭଣ୍ଡାର କରାଯିବ ତା ସହିତ ଚାଷୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ ।ରାଜ୍ୟରେ ଆଳୁ ସଙ୍କଟ ଅଛି ଏପଟେ ଆଲୁଚାଷୀ ମାନେ ଚାଷ କରି ମୂଳ ଧନ ମଧ୍ୟ ପାଉ ନାହାନ୍ତି ଆଗାମୀ ଦିନରେ ଆଉ ଆଳୁଚାଷ କରିବେ ନାହିଁ ବୋଲି କହିଛନ୍ତି ତେଣୁ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ହୋଇଛି ଦାବି ।

new life
You might also like
error: Content is protected !!