News
WhatsApp Image 2023-10-04 at 17.25.00
samparksetu

ଗ୍ୟାସ ଏଜେନ୍ସି ଗୋଦାମ ରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ସ୍ଥିତ ଗୋଲକ ଗ୍ୟାସ ଗୋଦାମରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ , ଦୁଇ ଜଣ ଯୁବକ ମୁଖା ପିନ୍ଧି ବାଇକରେ ଆସି ଗୋଦାମ କିପର ବସନ୍ତ ବେହେରାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ପରେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇ ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ । ଖବର ପାଇ ଗୋଲକ ଗ୍ୟାସ ଏଜେନ୍ସିର ମାଲିକ ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଘଟଣା ସମ୍ପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କାମାକ୍ଷାନଗର ପୋଲିସ ତନାଘନା ଆରମ୍ଭ କରି ଦେଇଛି । ତେବେ ଗ୍ୟାସ ଗୋଡାଉନରେ ବସନ୍ତ ଏକାକି ଥିବା ଦେଖି ଦୁର୍ବୃତ୍ତ ମାନେ ଲୁଟ କରିଥିଲେ ।

new life
You might also like
error: Content is protected !!