କାମାକ୍ଷାନଗର ଏନଏସି ର ଦ୍ଵିତୀୟ ସମନ୍ୟୁୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକ ରେ ଏନଏସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଁ ବିରଜା ପ୍ରସାଦ ରଥ ଅଧ୍ୟକ୍ଷତା କରିଥିବା ବେଳେ କାମାକ୍ଷାନଗର ର ନଗରପାଳ ଧର୍ମାନନ୍ଦ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପ ନଗରପାଳ ଶକୁନ୍ତଳା ସେଠୀ ଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ l
କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ କାମାକ୍ଷାନଗର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାର ଙ୍କ ସମସ୍ତ ଜନକଲ୍ୟାଣ କାରୀ ଯୋଜନା ଗୁଡିକ କିଭଳି ସାଧାରଣ ଲୋକ ପାଇପାରିବେ ସେ ନେଇ ନଗରପାଳ ଶ୍ରୀ ପରିଡା ଉପସ୍ଥିତ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ l ଏହି ବୈଠକ ରେ ଏନଏସି ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏନଏସି ତରଫରୁ ବିଶ୍ୱାସ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l