News
WhatsApp Image 2023-10-04 at 17.25.00
samparksetu

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବୌଦ୍ଧିକ କାର୍ଯ୍ୟକ୍ରମ

କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ବର୍ଷର ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ଉତ୍କଳ ର ପୂର୍ବତନ ସହ ପ୍ରାନ୍ତ ସଙ୍ଘଚାଳକ ପଣ୍ଡିତ ହେମନ୍ତ କୁମାର ଧର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଅବସ୍ଥାରେ ବ୍ୟକ୍ତି ତଥା ରାଷ୍ଟ୍ର ଚରିତ୍ରବାନ ହେବା ଦରକାର ।

ଦେଶଭକ୍ତ, ସଂସ୍କାରୀ ,ସଂଭ୍ରମତା ,ଇନ୍ଦ୍ରିୟ ସଞ୍ଜମତା ଇତ୍ୟାଦି କୁ ଜୀବନରେ ପାରିପାଳନ କରିପାରିଲେ ଅନ୍ତର୍ନିହିତ ଶକ୍ତି ର ଜାଗରଣ ହୋଇପାରିବ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ ।ସମ୍ନାନିତ ଅତିଥି ରୂପେ ରାଜ୍ୟପାଳ ପୁରସ୍କୃତ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ , ଶିକ୍ଷାବିତ ଲୋକନାଥ ସଡଙ୍ଗୀ ଓ କୈଳାଶ ଚନ୍ଦ୍ର ପୃଷ୍ଟି , ଅଖିଳ ଭାରତୀୟ ବୈଦିକ ଗଣିତ ସହ ସଂଯୋଜକ ( ବିଦ୍ୟାଭାରତୀ) ପ୍ରସନ୍ନ କୁମାର ସାହୁ , ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ ଦିନେଶ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଶିକ୍ଷକ ନିରଞ୍ଜନ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ବାଳ , ଧ୍ରୁବଚରଣ ସୁନ୍ଦରାୟ, ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ପ୍ରହଲ୍ଲାଦ ସାହୁ , ବସନ୍ତ ସାହୁ , ସମରେନ୍ଦ୍ର ନାୟକ , ଚିତ୍ତରଞ୍ଜନ ବିଶ୍ୱାଳ , ନିର୍ମଳ କୁମାର ମହାନ୍ତି , ଅମିତ କୁମାର ନାୟକ , ଆକାଶ ରାଉତ , ଶିକ୍ଷୟିତ୍ରୀ କବିତା ରାଉତ , ଗୀତା ମହାପାତ୍ର , ଜ୍ୟୋତିର୍ମୟୀ ସାହୁ , ରୋଜାଲିନ ପତି , ଜୟସ୍ମିତା ରାଉତ ଶିକ୍ଷାକର୍ମଚାରି ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ସାନ୍ତନୁ ରାଉତ ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

new life
You might also like
error: Content is protected !!