News
WhatsApp Image 2023-10-04 at 17.25.00
samparksetu

ଲୁଟେରାଙ୍କ ଟାର୍ଗେଟରେ କାମାକ୍ଷାନଗର ; ପୋଲିସର ହାତ ଖାଲି,ହେଉନି ପେଟ୍ରୋଲିଙ୍ଗ

କାମାକ୍ଷାନଗର ସହର ପାଲଟିଛି ଏବେ ଲୁଟେରାଙ୍କ ଆଡାସ୍ଥଳି।ସହରରୁ ପ୍ରତ୍ୟେକ ଦିନ ଲୁଟର ଚିତ୍ର ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି।ଲଗାତାର ଭାବରେ ୨ଦିନରେ ୨ଯାଗାରୁ ଲକ୍ଷାଧିକ ଟଙ୍କାର ସରଞ୍ଜାମ ଲୁଟ ହୋଇଛି।ସହରର ଚତୁର୍ପାଶ୍ବରେ ସିସିଟିଭି ଲଗାଯାଇଥିବା ବେଳେ ଲୁଟେରା ମାନେ ଅତି ଚତୁରତାର ସହ ଲୁଟ କରିବାରେ ସକ୍ଷମ ହେଉଛନ୍ତି।ସୂଚନା ମୁତାବକ ଗତକାଲି ରେକୁଳା ନଦୀ କୂଳରୁ ଏଲଆଇ ପଏଣ୍ଟର ମେସିନ ଓ ନିକଟରେ ଥିବା ଜେସିବି ମେସିନର ବେଟ୍ରି ଲୁଟ କରିବା ସହିତ ସହରର ଯନଗହଳି ପୂର୍ଣ୍ଣ ତରୁଣ ବଜାରର ଅନନ୍ତ ମାର୍କେଟ କଂମ୍ପଲେକ୍ସ ଭିତରୁ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ୩ରୁ ୪ଜଣ ଦୁର୍ବୃତ୍ତ ୨ଟି ଦୋକାନରୁ ବିଭିନ୍ନ ସରଞ୍ଜାମ ଲୁଟି ନେଇଥିଲେ। ଲୁଟ ବେଳ ଦୃଶ୍ୟ କମ୍ପଲେକ୍ସ ଭିତରେ ଲାଗିଥିବା ସିସିଟିଭିରେ କଏଦ ହୋଈଥିବା ବେଳେ,ଲୁଟେରା ମାନେ ସିସିଟିଭିକୁ ମଧ୍ୟ କୈାଶଳ କ୍ରମେ ଲୁଟି ନେଇଛନ୍ତି।

ତେବେ ଏହାକୁ ନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ,ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କି ଅଟକ କରାଯାଇ
ପାରିନାହିଁ । ସହରର ମଧ୍ୟରୁ ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତ ମାନେ ଲୁଟ କରୁଥିବା ବେଳେ ଅନ୍ୟ ସ୍ଥାନ ଗୁଡିକ କେତେ ସୁରକ୍ଷିତ ତାହା ଏଥିରୁ ଜଣାପଡୁଛି।ତେବେ ଏହାର କିଛି ଦିନ ପୂର୍ବରୁ ସହରର ମହିଳାଙ୍କୁ ଲୁଟେରା ମାନେ ଟାର୍ଗେଟ କରି ସୁନା ଚେନ ଲୁଟିବାରେ ସକ୍ଷମ ହୋଇଥିଲେ।

ଦିନପରେ ଦିନ ବିତିଯାଇଥିଲେ ମଧ୍ୟ ସେ ସଂପର୍କରେ ପୋଲିସ ମଧ୍ୟ କୈାଣସି ସନ୍ଧାନ ପାଇପାରିଲା ନାହିଁ।ଲୁଟ ହେବାର କିଛି ଦନି ପାଇିଁ ପେଟ୍ରୋଲିଙ୍ଗକୁ କଡାକଡି ପାଳନ କରିଥିଲା ପୋଲିସ।କିନ୍ତୁ ଏବେ ପୂଣି ସମାନ ସ୍ଥିତି ଦେଖିବାକୁ ମିଳିଛି।ନା ହେଉଛି ପୋଲିସର ପେଟ୍ରାେଲିଙ୍ଗ ନା ଲୁଟକୁ ରୋକିବାରେ ସକ୍ଷମ ହେଉଛି ପୋଲିସ ।

ଅଧ୍ୟାବଧି ଥାନାରେ ୩ଟି ପୋଲିସ ଭ୍ୟାନ ରହିଥିବା ବେଳେ ପେଟ୍ରୋଲିଙ୍ଗକୁ କାହିଁକି କଡାକଡି ଭାବେ କରାଯାଉନାହିଁ ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି।ସଂଧ୍ୟା ହେବା କ୍ଷଣି ସହରର ବିଭିନ୍ନ ନିଛାଟିଆ ଯାଗାରେ ଯମୁଛି ଆଡାସ୍ଥଳି।ସେହି ସବୁ ସ୍ଥାନରୁ ପ୍ଲାନ ପ୍ରସ୍ତୁତ କରିବା ଅନୁମାନ କରାଯାଉଛି।ତେବେ ଦିନକୁ ଦିନ ସହରରେ ଲୁଟତରାଟ ବୃଦ୍ଧି ପାଉଥିବା ବେଳେ ଏବେ ସହରବାସି ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି।

new life
You might also like
error: Content is protected !!