News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ମହୋତ୍ସବ ଉଦଘାଟିତ

କଳା ,ସଂସ୍କୃତି ,ଐତିହ୍ୟ ,ପରମ୍ପରା,କ୍ରୀଡା ଓ ପାରଦର୍ଶିତାକୁ ନେଇ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାର ଏକ ବଡ଼ ପ୍ଲାଟଫର୍ମ ଭାବେ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଚାକଚକ୍ୟ ସଜବାଜ ସହ ବିଭିନ୍ନ ରକମର ଷ୍ଟଲ ଛାତ୍ରଛାତ୍ରୀ, କୃଷକ ,ଖେଳାଳୀ ଓ ଦର୍ଶକକୁ ବିମୋହିତ କରୁଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ ।

୫ଦିନ ବ୍ୟାପି ହେବାକୁ ଥିବା ଏହି କାମାକ୍ଷାନଗର ମହୋତ୍ସବ ଛାତ୍ରଛାତ୍ରୀ, କୃଷକ ,ଖେଳାଳୀ ,କଳାକାର ଓ ମହିଳାଙ୍କ ବିକାଶ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।ପ୍ରଥମ ଦିନରେ କାମାକ୍ଷାନଗର ମହିମା ଟୁଙ୍ଗୀ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ମାର୍ଚ୍ଚ କରାଯାଇଥିଲା । ପରେ ଷ୍ଟାଡିୟମ ଠାରେ କାମାକ୍ଷାନଗର ମହୋତ୍ସବର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଆନୁସଙ୍ଗିକ ଭାବେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଏବଂ କାମାକ୍ଷାନଗର ଉପଖଣ୍ଡରେ ଥିବା ୪ଟି ବ୍ଲକର ବିଡିଓ ,ତହସିଲଦାର ଓ ବ୍ଲକ ଅଧକ୍ଷ ଏବଂ କାମାକ୍ଷାନଗର ଓ ଭୁବନର ନଗରପାଳଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି ।

ଉକ୍ତ ମହୋତ୍ସବ ରେ କୃଷି ,ଉଦ୍ୟାନ, ମତ୍ସ୍ୟ ,ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟଲର ବ୍ୟବସ୍ଥା କରାଯାଇଛି।କାମାକ୍ଷାନଗର ଉପଖଣ୍ଡରେ ଥିବା ପ୍ରତିଭାକୁ ଚୟନ କରାଯାଇ ସେମାନଙ୍କୁ ସମ୍ମାନିତ କରିବା ସହ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱାବଲମ୍ବୀ ଓ ମହିଳାଙ୍କୁ ସଶକ୍ତିକରଣ କରିବା ପ୍ରଧାନ ଉଦ୍ଦେଶ୍ୟ ।ଏହି ଅବସରରେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ରକୁ ସମ୍ମାନିତ କରାଯାଇଥିଲା ।

new life
You might also like
error: Content is protected !!