News
WhatsApp Image 2023-10-04 at 17.25.00
samparksetu

ଘର ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଳୁତୁମା ଗ୍ରାମ ବସ୍‌ଷାଣ୍ଡ ପଛରେ ରହୁଥିବା ଜିତେନ୍ଦ୍ର ନାୟକ ଙ୍କ ଘରୁ ଗତ ରାତିରେ କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଘର ଭିତରେ ଥିବା ଦୁଇଟି ଆଲମାରୀ ଭାଙ୍ଗି ପ୍ରାୟ ୬୦ ହଜାର ଟଙ୍କା ସହ କାନଫୁଲ , ମୁଦି,ଚେନ୍‌,ଚୁଡ଼ି ରୂପା ପାଉଁଜି ଆଦି ଚୋରି ହୋଇଥିବା ଜିତେନ୍ଦ୍ର ନାୟକ ଥାନାରେ ଅଭିଯୋଗ କରିଛନ୍ତି ।

ଖବର ନେବାରେ ଜଣାଯାଏ ଯେ ,ଏକ ବିବାହ ଉତ୍ସବକୁ ବାଲେଶ୍ଵର ଯାଇଥିବା ବେଳେ ତାଙ୍କର ଅନୁପସ୍ଥିତରେ ଚୋରି ହୋଇଥିବା କହିଛନ୍ତି ସେ। ଆଜି ୫ଟା ଅପରାହ୍ନ ସେ ଘରକୁ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ।କାମାକ୍ଷାନଗର ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ୍ ଓ ଏ.ଏସ.ଆଇ ସାରଥୀ ଦେହୁରି ପ୍ରମୁଖ ଘରକୁ ଯାଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିବା ସହ ଘର ନିକଟରେ ଲାଗିଥିବା ସିସି ଟିଭି ଫୁଟେଜ୍ ର ସହାୟତା ନେଇଥିବା ଜଣାଯାଇଛି । କାମାକ୍ଷାନଗର ଅଞ୍ଚଳରେ ଲୁଟ୍ ଚୋରି ଘଟଣା ଦିନକୁ ଦିନ ବୁଦ୍ଧିି ପାଉଥିବା ବେଳେ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି।

new life
You might also like
error: Content is protected !!