News
WhatsApp Image 2023-10-04 at 17.25.00
samparksetu

ଅଧ୍ୟାପକଙ୍କ ବଦଳି ବାତିଲ ଦାବିରେ କଲେଜ ଅଧକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ମଦନ ମୋହନ ବରାଳ ଙ୍କର ୮ ମାସ ଚାକିରୀ ରହିଛି l କିନ୍ତୁ ସରକାର ଏହାକୁ ନଜର ନକରି ଶ୍ରୀ ବରାଳ ଙ୍କୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଦଳି କରିଥିଲେ l ଏହି ବଦଳି କୁ ବିରୋଧ କରି ଅଧ୍ୟାପକ ଶ୍ରୀ ବରାଳ ଉଚ୍ଚ ନ୍ୟାୟାଳୟ ରେ ଦ୍ୱାରସ୍ଥ ହୋଇଥିଲେ l ଏହି ଅଭିଯୋଗକୁ ଆଧାର କରି ଉଚ୍ଚ ନ୍ୟାୟାଳୟ ପୂର୍ବସ୍ଥାନ ରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ l

ଏହି ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା କାମାକ୍ଷାନଗର ଉପଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ଲିଖିତ ପରାମର୍ଶ ପ୍ରଦାନ କରିଥିଲେ l ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ କୋଣସି ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରି ନଥିଲେ l ଅଧ୍ୟାପକ ଗତକାଲି ଗୁରୁବାର ପୂର୍ବାହ୍ନ ରେ ଉପସ୍ଥାନ ଯନ୍ତ୍ରରେ ଟିପ ଦେଇ ଯୁକ୍ତ ୩ ର ପ୍ରଥମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିଥିଲେ l

ଅପରାହ୍ନରେ ଉପସ୍ଥାନ ଯନ୍ତ୍ରରେ ଟିପ ଦେବା ବେଳକୁ ସେଥିରେ ତାଙ୍କର ନାମ ନଥିବାର ଜାଣିଥିଲେ l ଏ ସଂକ୍ରାନ୍ତରେ ଶ୍ରୀ ବରାଳ ପରିଚାଳନା କମିଟିର ସଭାପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଏହି ଅଭିଯୋଗ କ୍ରମେ ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ନାୟକ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିବାର ଜଣାଯାଇଛି l ଅପର ପକ୍ଷେ ବାଣିଜ୍ୟ ବିଭାଗର ବିଦ୍ୟାର୍ଥୀମାନେ ପରୀକ୍ଷା ପାଖେଇ ଆସୁଥିବା ଏବଂ ଅଧ୍ୟାପକଙ୍କ ସ୍ଥାନରେ କେହି ନିଯୁକ୍ତ ନହେବା ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ମଙ୍ଗୁଳୁ ନାଏକ ଙ୍କୁ ଘେରାଉ କରିଥିଲେ l ଛାତ୍ରଛାତ୍ରୀ ମାନେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ବିଦ୍ୟାର୍ଥୀଙ୍କ ଅଭିଯୋଗକୁ ସରକାରଙ୍କ ନିକଟକୁ ପଠାଇ ଦେଇଥିବାର କହିଛନ୍ତି ଭାରାପ୍ରପ୍ତ କଲେଜ ଅଧ୍ୟକ୍ଷ ।

new life
You might also like
error: Content is protected !!