News
WhatsApp Image 2023-10-04 at 17.25.00
samparksetu

ଓଡିଶା ନାଟ୍ୟ ସଂଘ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନ ଠାରେ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଂଯୋଜକ ନାଟ୍ୟକାର ମଧୁସୂଦନ ଷେଣ୍ଢ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ରେ ଭୂମିକା ସମେତ ଢେଙ୍କାନାଳ ର କଳାପରିଷଦ , ଅଲଟର ନେଟିଭ ରିଦିମ ଥିଏଟର ର ସଦସ୍ୟଙ୍କ ସହ ଜିଲ୍ଲା ର ବହୁ ନାଟ୍ୟକାର , ନିର୍ଦେଶକ , ଓ ନାଟ୍ୟ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଆଲୋଚନା ର ବିସୟ ଥିଲା ‘ ଅଙ୍ଗେ ନିଭା କଥା – ମଞ୍ଚ ନାଟକ ର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତ ‘ । କଳାପରିଷଦ ର ପ୍ରତିଷ୍ଠାତା ସଭାପତି , ତଥା ନାଟ୍ୟସଙ୍ଘ ର ଉପଦେଷ୍ଟା ଦିଲ୍ଲୀଶ୍ୱର ମହାରଣା ମୁଖ୍ୟଅତିଥି ରୂପେ ଯୋଗ ଦେଇ କହିଲେ ଯେ ମଞ୍ଚ ରେ ଚରିତ୍ର କୁ ଅନୁଭବ କରିପାରିଲେ ନାଟକ ଦର୍ଶକ ଙ୍କ ନିକଟରେ ପହଞ୍ଚି ପାରିବ । ସମ୍ପ୍ରତି ପରିବେଷଣ କରାଯାଉଥିବା ମଞ୍ଚ ନାଟକ ଗୁଡିକର ର ମାନ ଆଦୌ କମି ନାହିଁ ବରଂ ପ୍ରତ୍ୟେକ ନାଟକ ସମାଜକୁ କିଛି ନା କିଛି ବାର୍ତ୍ତା ଦଉଛି ।

ସମ୍ମାନିତ ଅତିଥି ନାଟ୍ୟକାର ଦିନେଶ ଦାସ ଙ୍କ ଭାଷାରେ ନାଟକ ଜୀବନ ଜିଇଁବା ଶିଖାଇଥାଏ । ମଣିଷ ଟିଏ ତିଆରି ହେବା ପାଇଁ ନାଟକ ମହୌଷଧି ପରି କାର୍ଯ୍ୟ କରେ। ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା , ଶତ୍ରୁଘ୍ନ ମାଟି , ଅଭିନେତା ଅଭିନେତା ଇଂ ଅଶୋକ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ନାୟକ , ନାଟ୍ୟ ନିର୍ଦ୍ଦେଶକ ଗୋବର୍ଦ୍ଧନ ବାରିକ , ମନୋଜ କୁମାର ସାହୁ , ଜଗଦୀଶ ତ୍ରିପାଠୀ , ସଙ୍ଗୀତ ନିର୍ଦେଶକ ଦିଲ୍ଲୀପ ରାଉତ, ଭୂମିକାର ଯୁଗ୍ମ ସମ୍ପାଦକ ବିମଳ ପରିଡା , ପଦ୍ମଚରଣ ମୁଦୁଲି ,ଚନ୍ଦ୍ରମଣି ଲେଙ୍କା , ମଣ୍ଟୁ ପ୍ରଧାନ ଙ୍କ ସମେତ ଜିଲ୍ଲା ର ବହୁ କଳାକାର ନିଜର ମଞ୍ଚ ନାଟକ ର ଅନୁଭୁତି ଉପରେ ଆଲୋଚନା କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଶ୍ରୀରାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ପାଦକ ହାଡିବନ୍ଧୁ ମହାନ୍ତି , ଇନ୍ଦ୍ରଜିତ ପଟ୍ଟନାୟକ , ଗୋପାଳ ଚନ୍ଦ୍ର ନାଥ , ମନୋଜ ରାଉଳ , ସୁନୀଲ ସାହୁ , ପଙ୍କଜ ଛୋଟରାୟ , ସୌଭାଗ୍ୟ ନନ୍ଦ , ଅଥୟ ନାୟକ , ସମରେନ୍ଦ୍ର ନାୟକ , ଅମିତ ନାୟକ,ପରେଶ ଖୁଣ୍ଟିଆ, ବଳରାମ ବାରିକ , ଇଂ ହିମାଦ୍ରି ଦାସ , ଗଣେଷ ମହାକୁଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

new life
You might also like
error: Content is protected !!