News
WhatsApp Image 2023-10-04 at 17.25.00
samparksetu

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିଲା ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ବାଲିପଶି ଗାଁ ରେ ଅଭାବନୀୟ ଘଟଣା। ୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ। ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା , ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ପୋତି ଦେଇଥିବା ସ୍ୱୀକାର କରିଛନ୍ତି ୨ ଶିକାରୀ ।

ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର ସନାତନ ବେହେରା । ସୂଚନା ମୁତାବକ ୬ ମାସ ତଳୁ ସନାତନ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇ ନିଖୋଜ ଥିଲେ । ତେବେ ଏ ନେଇ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ସନ୍ଧାନ ପାଇ ନଥିଲା ।ତେବେ କିଛି ଦିନ ପୂର୍ବରୁ ଗ୍ରାମର ସଞ୍ଜୟ ଦେହୁରୀ ଓ ପିଲୁ ସେଠି, ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ସନାତନ ଙ୍କ ମୃତ୍ୟୁ ହୋଇଥିବା ବେଳେ,ସେମାନେ ତାଙ୍କ ମୃତଦେହ ଏକ ନାଳ ରେ ଗାତ ଖୋଳି ପୋତି ଦେଇଥିବା ତାଙ୍କ ପରିବାର ଲୋକଙ୍କୁ କହିଥିଲେ ।

ଏନେଇ ରିନା ବେହେରା ପୁନର୍ବରା ଥାନାରେ ଏମାନଙ୍କ ନାମରେ ଏତେଲା ଦେଇଥିଲେ। ଏତେଲା ପରେ ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିଥଲା । ଏବଂ ଅଭିଯୁକ୍ତ ଦ୍ବୟ ସନାତନ ବିଛାଯାଇଥିବା ବିଦ୍ୟୁତ ତାରରେ ଫସି ମରିଯିବା ପରେ ତାକୁ ନାଳ ନିକଟରେ ପୋତି ଦେଇଥିବା ସ୍ଵିକାର କରିଥିଲେ। ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭୁଯୁକ୍ତକୁ ନେଇ ପୋତାଯାଇଥିବା ଯାଗା ଚିହ୍ନଟ କରାଯାଇଥିଲା ଏବଂ ସାଇଣ୍ଟିଫିକ ଟିମ ଯରିଆରେ ଖୋଳାଯାଇ କଙ୍କାଳ ଗୁଡିକ ଜବତ କରି ଅଧିକ ତଦନ୍ତ ଯାରି ରହିଛି। କମାକ୍ଷନାଗାର ଏସଡିପିଓ ରଞ୍ଜନ କୁମାର ଦେଓ, ପରଜଙ୍ଗ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ମୃତ କଙ୍କାଳ ଜବତ କରିଛି । ଏହି ଘଟଣାରେ ପ୍ରାଥମିକ ସ୍ଥରରେ ୩ ଜଣ ସାମିଲ ଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ସେପଟେ ଦୁଇ ଅଭିଯୁକ୍ତ ସଞ୍ଜୟ ଦେହୁରୀ ଓ ପିଲୁ ସେଠି ଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ଅନ୍ୟଜଣକୁ ଖୁବ୍ ଶୀଘ୍ରର ଗିରଫ କରାଯିବ ବୋଲି ଏସଡ଼ିପିଓ ରଞ୍ଜନ କୁମାର ଦେଓ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!