News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ରୁ ଉଦ୍ଧାର ହେଲେ ନିଖୋଜ ପୀତବାସ ଦାଶ

ବାଲିଅନ୍ତା ସାମ୍ବାଦିକ ପୀତବାସ ଦାଶ ଢେଙ୍କାନାଳ ରୁ ଉଦ୍ଧାର ହୋଇଛନ୍ତି । ସେ ୩ ଦିନ ହେଲା ସେ ନିଖୋଜ ଥିଲେ। ଗୁରୁବାର ରାତି ୧ଟା ୩୦ ମିନିଟ୍‌ରେ ସେ ଅସୁସ୍ଥ ଅବସ୍ଥାରେ କାମାକ୍ଷାନଗର ଥାନାରେ ସେ ପହଞ୍ଚିଛନ୍ତି। ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି।ଥାନା ପକ୍ଷରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଥାନା ରଖିଥିଲେ।

ତାଙ୍କ କହିବା ଅନୁଯାୟୀ , ସୋମବାର ସନ୍ଧ୍ୟା ସମୟରେ ଘର ନିକଟ ଛକରେ ସେ ଠିଆ ହୋଇଥିବା ସମୟରେ ହଠାତ୍ ତିନିଜଣ ବ୍ୟକ୍ତି ତାଙ୍କୁ ବନ୍ଧୁକ ଲଗାଇ ଏକ ଗାଡିରେ ଅପହରଣ କରି ନେଇଥିଲେ।ତାଙ୍କ ଚେତା ଫେରିଲା ପରେ ସେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳୁତମା ଛକରେ ଥିଲେ , ସେ ୩ କି.ମି ଚାଲି ଚାଲି କାମାକ୍ଷାନଗର ଥାନା ନିକଟରେ ପହଞ୍ଚିଥିଲେ। ପିତବାସଙ୍କ ସ୍ତ୍ରୀ ଚଳିତ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନରେ ବଲିଅନ୍ତା ବ୍ଲକ ବେଣ୍ଟପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ହୋଇଛନ୍ତି। ତେଣୁ ରାଜନୈତିକ ଶତ୍ରୁତା ଯୋଗୁଁ ଅପହରଣ କରିଥିବା କହିଛନ୍ତି ପୀତବାସ।

new life
You might also like
error: Content is protected !!