News
WhatsApp Image 2023-10-04 at 17.25.00
samparksetu

ବେଆଇନ ଜଙ୍ଗଲ ଜମି ଅକ୍ତିଆର ଓ ଜଙ୍ଗଲ ନଷ୍ଟ ଅଭିଯୋଗରେ କମ୍ପାନୀକୁ ରେକୁଳା ଗ୍ରାମବାସୀଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ସ୍ଥିତ ଖେମକା ରିଫାକ୍ଟୋରି ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ବିରୋଧ କରିଛନ୍ତି ରେକୁଳା ଗ୍ରାମବାସୀ । ବେଆଇନ ଜଙ୍ଗଲ ଜମି ଅକ୍ତିଆର ,ଏକର ଏକର ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ବିରାଟ ବିରାଟ ପୋଖରୀ ଖୋଲିବା ଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ବାପା ଅଜା ସମୟରୁ ଜଙ୍ଗଲକୁ ସଂରକ୍ଷିତ ରଖି ଆସୁଥିବା ସେମାନେ ଦାବି କରିଛନ୍ତି । ତେବେ କିଛି କୁଚକ୍ରାନ୍ତ ଲୋକଙ୍କୁ ଆଧାର କରି ଖେମକା କମ୍ପାନୀ ଜଙ୍ଗଲ ଜମି ଅକ୍ତିଆର କରିଥିବା ସେମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ତହସିଲ ,ରାଜସ୍ବ ନିରୀକ୍ଷକ ଓ ବନ ବିଭାଗର ଅଧିକାରୀ ମାନେ ଏଥିରେ ଲିପ୍ତ ଥିବା କହିଛନ୍ତି ।

ଏ ନେଇ କମ୍ପାନୀ ପରିସର ମଧ୍ୟରେ ଗ୍ରାମବାସୀ ଓ କଂପାନୀର ମାଲିକଙ୍କ ମଧ୍ୟରେ ବେଶ କିଛି ସମୟ ଯୁକ୍ତି ତର୍କ ହୋଇଥିଲା । ଯାହାକୁ ନେଇ ରେକୁଳା ଗ୍ରାମବାସୀ ମାନେ କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ଓ ପଶ୍ଚିମାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ହଟଗୋଳ କରିଥିଲେ ।ତେବେ ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଦୂର ଯାହା କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାକଡ଼କୁ ଲାଗି ରହିଛି ।

ଏତେ ବଡ଼ ଜଙ୍ଗଲ ଜମି ଦୁର୍ନୀତି ହେଉଛି ଅର୍ଥାତ ପ୍ରଶାସନ ନୀରବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବିଦ୍ୟୁତ ବିଭାଗ ଜଙ୍ଗଲ ଜମି ଭିତରେ ଫ୍ୟାକ୍ଟ୍ରି କିପରି ବିଦ୍ୟୁତ ସଂଯୋଗ କଲେ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ତେବେ ଏ ନେଇ କ୍ୟାମେରା ସାମ୍ନାରେ ଅଜବ କଥା କହିଛନ୍ତି ବିଦ୍ୟୁତ ବିଭାଗ ଯନ୍ତ୍ରୀ ।

ତେବେ ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ରେକୁଳା ଗ୍ରାମବାସୀ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବେଆଇନ ଜଙ୍ଗଲ ଜମି ଅକ୍ତିଆରକୁ ଖଣ୍ଡନ କରିଛନ୍ତି କମ୍ପାନୀ ମାଲିକ । ତେବେ ସ୍ଥାନୀୟ ରେଞ୍ଜରକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

new life
You might also like
error: Content is protected !!