News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟୀ ଙ୍କ ଘର ଉପରକୁ ବୋମା ମାଡ଼ ଘଟଣା ରେ ୨ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ମଧ୍ୟରେ ଥିବା ସାଇବିହାର କଲୋନୀ ର ମାଷ୍ଟର ମସଲା କମ୍ପାନୀ ର ମାଲିକ ସରୋଜ ଭୂଷଣ ମହାନ୍ତି ଙ୍କ ଘରେ ଗତ ୧୩ ତାରିଖ ଦୁଇ ଜଣ ଅଭିଯୁକ୍ତ ପାଚେରୀ ଡେଇଁ ବୋମା ଫିଙ୍ଗି ଥିବା ର ଦୃଶ୍ୟ ସିସିଟିଭି ରେ ରେକର୍ଡ ହୋଇଥିବା ଜଣା ପଡିଥିଲା ।

ଏଥିନେଇ କାମାକ୍ଷାନଗର ଥାନାରେ ସରୋଜ ଭୂଷଣ ମହାନ୍ତି ଙ୍କ ବଡ଼ ଭାଇ ହିମାଂଶୁ ଭୂଷଣ ମହାନ୍ତି ଥାନାରେ ଏକ ଅଭିଯୋଗ କରିଥିଲେ । ଏହି ଘଟଣାରେ ଗୁପ୍ତି ନଗର ଅନିଲ କୁମାର ନାୟକ,ଅନନ୍ତ ପୁର କଲୋନୀ ସାହି ର ସୌମ୍ୟ ରଞ୍ଜନ ନାୟକ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ମସଲା କମ୍ପାନୀ ର ମାଲିକ ସରୋଜ ଭୂଷଣ ମହାନ୍ତି ପଇସା ନ ଦେବାରୁ ଟଙ୍କା ପାଇବା ଆଶାରେ ବିସ୍ଫୋରଣ କରିଥିବା ଥାନା ପରିସରରେ ଏସଡିପିଓ ସୂଚନା ଦେଇଛନ୍ତି l

new life
You might also like
error: Content is protected !!