News
WhatsApp Image 2023-10-04 at 17.25.00
samparksetu

ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ କୁଖ୍ୟାତ ଡକାୟତି ଗ୍ୟାଙ୍ଗ । ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ । ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଥିଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ବାଇକ,୪ଟି ମୋବାଇଲ, ଦୁଇଟି ଛୁରୀ ,ଗୋଟିଏ ପିସ୍ତଲ ସହ ଦୁଇଟି ଜୀବନ୍ତ ଗୁଳି ଏବଂ ବୋମା ତିଆରି ବିସ୍ଫୋରକ ଜବତ କରିଛି ପୋଲିସ ।

ଏହି ମାନେ ପୂର୍ବରୁ ବିଭିନ୍ନ ଡକାୟତି ଓ ଲୁଟ ଘଟଣା ରେ ସମ୍ପୂର୍କତ ଥିବା ପୋଲିସ ର ହସ୍ତଗତ ହୋଇଛି, ଏହି ଅଭିଯୁକ୍ତ ମାନେ ହେଲେ କାମାକ୍ଷାନଗର ଥାନା ଗୋରଡ଼ିଆ ଗ୍ରାମର ବାଦଲ ମଲ୍ଲିକ, ଅଜିତ ମଲ୍ଲିକ, ସୁଶାନ୍ତ ମଲ୍ଲିକ,ରଜନୀକାନ୍ତ ମଲ୍ଲିକ ଓ ନୀଳକଣ୍ଠ ମଲ୍ଲିକ ।

new life
You might also like
error: Content is protected !!