କାମାକ୍ଷାନଗର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ଆଳତୁମା ଠାରୁ ଜିରିଡାମାଳି ପର୍ଯ୍ୟନ୍ତ ରାସ୍ତା ର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଳତୁମା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l
ଅନ୍ୟ ଅତିଥି ଭାବେ ନଗରପାଳ ଧର୍ମାନନ୍ଦ ପରିଡା, ପୂର୍ତ୍ତ ବିଭାଗ ଅଧିକାରୀ, ଉପ ନଗରପାଳ ଶକୁନ୍ତଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଅନେକ ଦିନ ଧରି କାମାକ୍ଷାନଗର ସହରର ରାସ୍ତା ରେ ଖାଲଖମା ରହିଥିବା ଯୋଗୁ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖାଯାଉଥିଲା l କିନ୍ତୁ ଏବେ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଆରମ୍ଭ ହୋଇଥିବା ଯୋଗୁ ସହର ବାସୀ ମାନ୍ୟବର ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ତୁରନ୍ତ କାମ ସାରିବା ପାଇଁ ଅନୁରୋଧ କରିଛନ୍ତି l