News
WhatsApp Image 2023-10-04 at 17.25.00
samparksetu

କମଳାଙ୍ଗ ରେ ମାଘ ସପ୍ତମୀ ମେଳା ଆରମ୍ଭ

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମରେ ପ୍ରସିଦ୍ଧ ମାଘ ସପ୍ତମୀ ମେଳା ଆରମ୍ବ ହୋଇଛି। ପ୍ରଥମେ ଗ୍ରାମ ଦେବୀ ମା’ ଦୂର୍ଗା ଙ୍କ ଘରେ ପୂଜା ଅର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ଆଲମ ଗ୍ରାମ ପରିକ୍ରମା କରି ପ୍ରଭୁ କମଳେଶ୍ୱର ର ମନ୍ଦିର ରେ ପହଞ୍ଚି ଥିଲା।

ଆଲାମ ଯାତ୍ରା ରେ ବିଭିନ୍ନ ସାସ୍କୃତିକ ଦଳ, ଲଉଡ଼ି ଖେଳ, ପାଇକ ମେଳା ସହ ଡିଜେ ସାଉଣ୍ଡ ରେ ଗ୍ରାମ ଦୁଲୁକିଥିଲା । କମଳାଙ୍ଗ ମାଘ ସପ୍ତମୀ ମେଳା ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ବହନ କରନ୍ତି। ବହୁ ମାନସିକ ବ୍ରତଧାରୀ ବାବା ଙ୍କ ପାଖରେ ମାନସିକ ପୂରଣ ପାଇଁ ଅଧିଆ ପଡିଥାନ୍ତି।

ଏହି ଦିନ ଚୁଟି ମୁଣ୍ଡନ କରି ମାନସିକ ବ୍ରତ ପୂରଣ କରିଥାନ୍ତି। ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମରୁ ପ୍ରାୟ ସହ ସହ ଲୋକ ଯାତ୍ରା ଦେଖି ଆସନ୍ତି। ଏହି ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ପ୍ରକାଶ କରିଛନ୍ତି । ଶୃଙ୍ଖଳା ରକ୍ଷା ପାଇଁ କଣ୍ଟାବଣିଆ ପୋଲିସ ଅଧିକାରିଣୀ ସବିତା ପାତ୍ର ବ୍ୟାପକ ବ୍ୟବସ୍ଥା କରିଥିବା ପ୍ରକାଶ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଜରୁରୀ କାଳୀନ ବ୍ୟବସ୍ତା କରାଯାଇଛି। ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ମେଳା ବନ୍ଦ ଥିବାରୁ ଚଳିତ ବର୍ଷ ଧୁମଧାମରେ ମେଳା ହେବ ବୋଲି କମଳାଙ୍ଗ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ପ୍ରକାଶ କରିଛନ୍ତି।

new life
You might also like
error: Content is protected !!