News
WhatsApp Image 2023-10-04 at 17.25.00
samparksetu

ଜିଏମଆର ପ୍ଲାଣ୍ଟ ପରିସରରେ ଦୁର୍ଘଟଣାରେ ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଜିଏମଆର୍ କମଳାଙ୍ଗ ପାଓ୍ବାରପ୍ଲାଣ୍ଟ ପରିସରରେ ଜଣେ କିର୍ଯ୍ୟରତ ଡ୍ରାଇଭର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁଯାୟୀ , ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ଏକ କୋଇଲା ଟ୍ରକ ଜିଏମଆର ପ୍ଲାଣ୍ଟ ପରିସରରେ କୋଇଲା ଅନଲୋଡିଂ କରୁଥିବା ସମୟରେ କୌଣସି କାରଣ ଵସତଃ ଟ୍ରକ ଡ୍ରାଇଭର ବିମଳ କୁମାର ପ୍ରଧାନ (୪୮ )ଚକତଳେ ଚାପିହୋଇ ଘଟଣା ସ୍ଥାନରେ ମୃତ୍ୟୁବରଣ କରିଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକ ଓ ସହକର୍ମୀଙ୍କ ସହାୟତାରେ କ୍ଷତିପୂରଣ ପାଇଁ ବ୍ୟବଚ୍ଛେଦ ପରେ କମ୍ପାନୀ ମୁଖ୍ୟ ଫାଟକକୁ ଆଣୁଥିଲା ବେଳେ ମଙ୍ଗଳପୁର କଣ୍ଟାବଣିଆ ରାସ୍ତାର ରେଳଫାଟକ ଠାରେ କଣ୍ଟାବଣିଆ ପୋଲିସ ଆମ୍ବୁଲାନ୍ସ ଅଟକାଇ ଏହିଠାରେ ସମାଧାନ କରିବା ପାଇଁ କହିଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନଥିଲା । ବିମଳର ଘର ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଖେତି ଗ୍ରାମରେ । ରେଳଫାଟକ ଠାରେ ଉତ୍ତେଜନା ଲାଗି ରହିଥିଲା ।

new life
You might also like
error: Content is protected !!