News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ ଅସହାୟ ବିଧବା ବୃଦ୍ଧା !

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି କଚ୍ଚା ଘର କୁ ପକ୍କା ଘର କରିବାକୁ ପ୍ରଚାର ପ୍ରସାର କରୁଛନ୍ତି। ବିଡମ୍ବନା ର ବିଷୟ ଯେ ଏହି ଯୋଜନାକୁ ଏବେ ମଧ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ ପାଲଟିଛି ସାତ ସପନ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କଟୁମୁଣ୍ଡା ଗାଁ ର ଅସହାୟ ବିଧବା ବୃଦ୍ଧା ମହିଳା କମଳା ନାଏକ ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେଲା ସ୍ଵାମୀ ଏବଂ ଗୋଟିଏ ବୋଲି ପୁଅର ମୃତ୍ୟୁ ହେବାପରେ , ଏବେ ବେସାହାରା ହୋଇଯାଇଛନ୍ତି। ନିଜର ବୋଲି ପାଖରେ କେହି ନଥିବା କହିଛନ୍ତି।

ସରକାରଙ୍କ ତରଫରୁ ୫ କେଜି ଚାଉଳ ସାଙ୍ଗକୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ବୟସର ଅପରାହ୍ନ ରେ ମଧ୍ୟ ପରଘରେ କାମ କରି ଚଳୁଛନ୍ତି । ଯେଉଁ ଦିନ ପର ଘରେ କାମ ନ ମିଳିଥାଏ କିମ୍ବା ଦେହ ଅସୁସ୍ଥ ଥିଲେ ଗାଁ କୁ ମାଗିବାକୁ ନ ଯାଇପାରିଲେ , ସେହିଦିନ ଭୁକ ଉପାସରେ ରହିବାକୁ ପଡ଼ିଥାଏ। ବର୍ଷା ଦିନରେ ଅସରାଏ ବର୍ଷା କି ପବନ ହେଲେ, ଭଙ୍ଗା ଦଦରା ଚାଳ ଘରଟି ଭାଙ୍ଗିଯିବା ଭୟରେ , ଆଖ ପାଖ ପଡୁସୀଙ୍କ ଘରକୁ ଯାଇ ଆଶ୍ରୟ ନିଅନ୍ତି।

ବାରମ୍ବାର ବ୍ଲକ ଠାରୁ ପଞ୍ଚାୟତ ଦୌଡି ଦୌଡି ନିରାଶ ହୋଇପଡ଼ିଛନ୍ତି ଏବେ କମଳା ନାଏକ। ନିଜ ଗାଁ ଠାରୁ ବ୍ଲକ କାର୍ଯ୍ୟାଳୟ ପ୍ରାୟତ ୬୦ କିଲୋମିଟର ହେଇଥିବାରୁ,ବାରମ୍ବାର ଯିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତେକ ବର୍ଷ ଶହ ଶହ ଲୋକ ଆବାସ ଯୋଜନାର ହିତାଧିକାରୀ ହୋଇ, ଘର ଉପରେ ଘର ପାଉଥିବା ବେଳେ,ଏଭଳି ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ କରାଯାଉଥିବା, ଏବେ ସାଧାରଣରେ ନିନ୍ଦା ପ୍ରକାଶ କରାଯାଉଛି। ଏଠାରେ ଥିବା ପ୍ରଶାସନିକ ଅଧିକାରୀ ମାନେ କେଉଁ ଆଧାରରେ ଆବାସ ହିତାଧିକାରୀ ଚୟନ କରୁଛନ୍ତି, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

new life
You might also like
error: Content is protected !!