News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସା ପାଇଁ ସହାୟତା ନିବେଦନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମା’ ଙ୍କୁ ହରାଇଥିବା ରୋଜଗାରକ୍ଷମ ବଡ଼ପୁଅ ଉପରେ ୩ ଭାଇଭଉଣୀ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରନ୍ତି ।

ବାପା ଦିବାକର ସିଂହ ଓ ମା’ କାମିନୀ ସିଂହଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୋବିନ୍ଦ ଚନ୍ଦ୍ର ସିଂହ (୨୩) ଉପରେ ପରିବାର ବୋଝ । ହେଲେ ଆଜକୁ ୨ବର୍ଷ ଧରି ଗୋବିନ୍ଦଙ୍କ ଦେହରେ ରୋଗର ଲକ୍ଷଣ ଦେଖାଦେବାରୁ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି ।

ସେ କିଡନୀ ରୋଗରେ ପୀଡିତ । ଅର୍ଥ।ଭାବରୁ ଚିକିତ୍ସା କରାଇ ପାରୁନାହାନ୍ତି । ଏପଟେ ଜେଜେ ମା’ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗୋବିନ୍ଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏତତ ବ୍ୟତୀତ ଯଦି କୌଣସି ସହୃଦୟ ଵ୍ୟକ୍ତି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଛନ୍ତି ତେବେ ୮୨୬୦୦୦୪୩୮୦ଫୋନ ନଂ ରେ ଯୋଗାଯୋଗ କରିବାକୁ ନିଵେଦନ କରିଛନ୍ତି ।

new life
You might also like
error: Content is protected !!