News
WhatsApp Image 2023-10-04 at 17.25.00
samparksetu

ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ

ଜିଲ୍ଲା ନିର୍ଵାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଆଜି ପରଜଙ୍ଗ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ସୂଚନା ଅନୁଯାୟୀ ୩୧/୦୩/୨୦୨୪ ରିଖରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମରୁଆବାଲି ପଞ୍ଚାୟତର ପିତଳଧୁଆ ଗ୍ରାମର ବେଲ୍ଲାବଣିଆ ସାହିରେ ସ୍ଥାନୀୟ ବିଧାୟକ ଡ଼ଃ. ନୃସିଂହ ଚାରଣ ସାହୁ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ଯେଉଁଥିରେ ୧୦ ରୁ ୨୦ ଜଣ ଲୋକଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ କରୁଣାକର ହେମ୍ବ୍ରମ ଯୋଗ ଦେଇଥିଲେ l

ଏହି ସଭାରେ ବିଧାୟକ ଲୋକମାନଙ୍କୁ ବାଦ୍ୟଯନ୍ତ୍ର ଓ ବସ୍ତ୍ର ପ୍ରଦାନ କରିଥିଲେ l ଯାହାକି ନିର୍ବାଚନ ଆଚରଣ ଵିଧିର ନିୟମ କୁ ଉଲଂଘନ କରିଛି l ନିର୍ବାଚନ ଆଚରଣ ଵିଧିର ନିୟମ ଅନୁଯାୟୀ ଏହା ବଳବତ୍ତର ଥିବା ବେଳେ କୌଣସି ନେତା କୌଣସି ଦ୍ରବ୍ୟ କିମ୍ବା ଉପହାର ଦେଇ ମାତଦାତା ଙ୍କୁ ପ୍ରଭାବିତ କରିପାରିବେ ନାହିଁ l ଏ ନେଇ ଖବର ପ୍ରକାଶ ପରେ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ l କଙ୍କଡ଼ାହାଡ଼ ବ୍ଲକ ଉନ୍ନୟନ ଅଧିକାରୀ, ଫ୍ଲାଇଙ୍ଗ ସ୍କlଡ ଓ ପରଜଙ୍ଗ ବିଧାନସଭା କ୍ଷେତ୍ରର ରିଟନିଙ୍ଗ ଅଫିସର ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳଙ୍କୁ ଏନେଇ ଚିଠି କରିଛନ୍ତି ଯେ, ଏହି ମାମଲା ଉପରେ ଯଥାଶୀଘ୍ର ସ୍ଥାନୀୟ ଥାନାରେ ମାମଲା ଦାୟର କରି ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ l

new life
You might also like
error: Content is protected !!