News
WhatsApp Image 2023-10-04 at 17.25.00
samparksetu

କଙ୍କଡ଼ାହାଡ଼ ସିଡିପିଓ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣା

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଡାକରାରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସିଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣା ଦେଇଛନ୍ତି। ବିଭିନ୍ନ ସମସ୍ୟା ମାନଙ୍କୁ ନେଇ ବର୍ତ୍ତମାନ ଅଙ୍ଗନୱାଡ଼ି ସଂଘ ପ୍ରତ୍ୟେକ ବ୍ଲକ ରେ ଧାରଣ କରାଯାଇଛି।

ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଆଠ ଦଫା ଦାବି ହେଲା ଯଥା – ଅଙ୍ଗନୱାଡ଼ି କର୍ମୀ ଙ୍କୁ ସରକାରୀ ମାନ୍ୟତା , ମାସିକ ୧୮ ହଜାର ଟଙ୍କା ଦରମା ଓ ସହାୟିକା ଙ୍କୁ ୯ ହଜାର ଟଙ୍କା ବେତନ ପ୍ରଦାନ। ମିନି ଅଙ୍ଗନୱାଡ଼ି ଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି ଭାବେ ଘୋଷଣା କରିବା କର୍ମୀ ଙ୍କୁ ଇ.ପି.ଏଫ୍ , ଇଏସ୍ ଆଇସି ଓ ଗ୍ରାଜୁ ଇଟି ଲାଗୁ କରିବା ,ସମସ୍ତ ଙ୍କୁ ପ୍ରି – ପ୍ରାଇମେରି ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା। ସହାୟିକା ମାନଙ୍କୁ ଅଗ୍ରାଧିକାର ଭିତ୍ତିକ ଅଙ୍ଗନୱାଡ଼ି ଭାବରେ ପଦ ଉନ୍ନତି ୫୦ ଭାଗ ବାହାରୁ ସିଧା ଭାବରେ ନେଉଥିବା ସୁପର ଭାଇଜର ପଦବୀକୁ ଗ୍ରଜୁଏଟ୍ ବା ତା ଠାରୁ ଅଧିକ ଯୋଗ୍ୟତା ଥିବା କର୍ମୀଙ୍କୁ ପଦଉନତି ଦିଆଯାଉ।

ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକା ଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ। କାର୍ଯ୍ୟ ରତ ଅବସ୍ଥାରେ ମୃତ୍ୟୁ ବାରଣ କଲେ କର୍ମଚାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହ ପରିବାର ର ଜଣଙ୍କୁ ଚାକିରି ପ୍ରଦାନ କରିବା, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡ଼ି କର୍ମଚାରୀ ଙ୍କୁ ବାଦ ଦିଆ ଯାଉ ଓ ପୋଷଣ ଟ୍ରକରରେ ଅନଲାଇନ୍ ଲୋକେସନ୍ କୁ ବନ୍ଦ କରାଯିବା ସହିତ ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ କରାଯାଉ। ଏ ନେଇ କଙ୍କଡ଼ାହାଡ଼ ଅଙ୍ଗନୱାଡ଼ି କର୍ମୀ ସଂଘ ସଭାପତି ମାନସୀ ମହାପାତ୍ର ଓ ସମ୍ପାଦକ ଶାନ୍ତିଲତା ଶତପଥୀ ଙ୍କ ସହିତ ୨୧୯ ଅଙ୍ଗନୱାଡ଼ି ସେଣ୍ଟର୍ ସମୂହ ଧାରଣା ରେ ବସି ଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିଧିର୍ଷ୍ଟ କାଳ ଯାଏ ଧାରଣା ରେ ବାସୀ ରହିବେ ବୋଲି ଅଙ୍ଗନୱାଡ଼ି କର୍ମୀ ମାନେ କହିଛନ୍ତି।

new life
You might also like
error: Content is protected !!