News
WhatsApp Image 2023-10-04 at 17.25.00
samparksetu

ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ଆମ୍ବୁଲାନ୍ସ ସେବା ପାଇଁ ସାମ୍ବାଦିକ ସଙ୍ଘର ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ର ସମାଧାନ ପାଇଁ ଆଗେଇ ଆସିଛନ୍ତି କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଙ୍ଘ l ଏହି ପରିପ୍ରେକ୍ଷୀରେ ସଙ୍ଘ ସଭାପତି ଇ ରାଜେଶ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ସମ୍ପାଦକ ଟୁକୁନୁ ବିଶ୍ୱାଳ, କୋଷାଧ୍ୟକ୍ଷ ଅରବିନ୍ଦ ପାଳ,ସଦସ୍ୟ ସୁମିତ୍ରା ମିଶ୍ର, ରିତେଶ ବ୍ରହ୍ମା,ସୁବାସ ପ୍ରଧାନ,କ୍ଷୀରୋଦ ଦେହୁରୀ,ଚଗଲା ଦେହୁରୀ,ଦୀପ୍ତିରଞ୍ଜନ ସାହୁ,ଦୀପକ କୁମାର ସାହୁ ପ୍ରମୁଖ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

କଙ୍କଡାହାଡ଼ ବ୍ଲକ ସଦର ମହକୁମା ଡାକ୍ତର ଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ପାଇଁ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି l କଙ୍କଡାହାଡ଼ ଏକ ଉପାନ୍ତ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ କଙ୍କଡାହାଡ଼ ଡାକ୍ତରଖାନା ଉପରେ ବ୍ଲକ ର ଛଅ ଟି ପଞ୍ଚାୟତ ଓ ପଡୋଶୀ କେଉଁଝର ଜିଲ୍ଲା ର ତେଲକୋଈ ବ୍ଲକ ର ଲକ୍ଷାଧିକ ଲୋକ ନିର୍ଭରଶିଳ l

ମାତ୍ର ଏଠାରେ ଡାକ୍ତର ନଥିବା ରୁ ଲୋକମାନେ କାମାକ୍ଷାନଗର, ତାଳଚେର ଓ ଢେଙ୍କାନାଳ ମେଡିକାଲ ଉପରେ ନିର୍ଭର କରୁଛନ୍ତି l ଏହି ବ୍ଲକ ରେ ବାସ କରୁଥିବା ଲୋକଙ୍କ ମୁଖ୍ୟ ବେଉସା ଚାଷ ହୋଇଥିବା ବେଳେ ଅର୍ଥ ଅଭାବରୁ ଅନେକ ଲୋକ ବାହାରେ ଚିକିତ୍ସା କରାଇପାରୁନାହାଁନ୍ତି l ତେଣୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବାକୁ ସାମ୍ବାଦିକ ସଙ୍ଘ ତରଫରୁ ଦାବି କରାଯାଇଛି l

ସେହିପରି ବ୍ଲକ ର ମହାବିରୋଡ଼ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୦୮ ଆମ୍ବୁଲାନ୍ସ ସେବା ନଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି l ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ପଚାଶହଜାର ରୁ ଉର୍ଦ୍ଧ ଲୋକ ନିର୍ଭର ଶିଳ ଥିବାବେଳେ ଅନେକ ବ୍ୟକ୍ତି ଛୋଟବଡ଼ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି l

କିନ୍ତୁ ଆମ୍ବୁଲାନ୍ସ ନଥିବାରୁ ବହୁ ସମୟରେ ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଯାଉଛି l ସେହିପରି ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧା ଲୋକମାନେ ମଧ୍ୟ ଆମ୍ବୁଲାନ୍ସ ଅଭାବ ରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ରୁ ବଞ୍ଚିତ ହେଉଛନ୍ତି l ତେଣୁ ତୁରନ୍ତ ମହାବିରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ସାମ୍ବାଦିକ ସଙ୍ଘ ଦାବି କରିଛନ୍ତି l

new life
You might also like
error: Content is protected !!