News
WhatsApp Image 2023-10-04 at 17.25.00
samparksetu

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁ ର ପୋଖରୀ ହିଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ବର୍ଷ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି।

ଟ୍ରାନ୍ସଫର୍ମର ହାରାହାରି ୧୦ ବର୍ଷ ବିତିଯାଇଥିଲେ ମଧ୍ୟ , ଏବେ ଯାଏଁ ଲାଗିନି ଟ୍ରାନ୍ସଫର୍ମର ସୁରକ୍ଷା ବାଡ ଓ ସର୍ଟ ସର୍କିଟ ବକ୍ସ ଖୋଲା ମେଲା,ଯାହାଫଳରେ ବିପଦକୁ ନିମନ୍ତ୍ରଣ କରୁଛି। ପ୍ରତେକ ଟ୍ରାନ୍ସଫର୍ମର ପାଇଁ ସୁରକ୍ଷା ବାଡ ଓ ସର୍ଟ ସର୍କିଟ ବକ୍ସ ଲାଗିଥାଏ, କିନ୍ତୁ ଏହି ଟ୍ରାନ୍ସଫର୍ମର ସେମିତି କିଛି ବ୍ୟବସ୍ଥା ନଥିବାରୁ ବିଦ୍ୟୁତ ତାର ତଳକୁ ଲମ୍ବିଛି ।

ସେହି ଟ୍ରାନ୍ସଫର୍ମର ପାଖ ଦେଇ ପ୍ରତେକ ଦିନ ଗାଁ ର ଲୋକେ ପୋଖରୀ କୁ ଗାଧୋଇବାକୁ ମନରେ ଭୟ ରଖି ଯାଉଛନ୍ତି। ଯଦି ଗାଈ ଗୋରୁ ଚରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ , କି ମନୁଷ୍ୟ ସେହି ରାସ୍ତା ଦେଇ ପୋଖରୀକୁ ଗାଧୋଇବା ଯିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରେ ସେଥିପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ ଦାଇ ରହିବେ ବୋଲି ସାଧାରଣେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏ ନେଇ ଆମେ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କୁ ଯୋଗା କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗା ଯୋଗ ହୋଇପାରିଲା ନାହିଁ। ତେବେ ଏହି ଖବର ଟି ପ୍ରସାରଣ ହେବା ପରେ କେବେ ଟ୍ରାନ୍ସଫର୍ମର ସୁରକ୍ଷା ବାଡ ଓ ସର୍ଟ ସର୍କିଟ ବକ୍ସ ଲଗା ଯାଉଛି ତାହା ଦେଖିବାକୁ ବାକି ରହିଲା।

new life
You might also like
error: Content is protected !!