News
WhatsApp Image 2023-10-04 at 17.25.00
samparksetu

କଙ୍କଡ଼ାହାଡ଼ ରେ ଧାନ ମଣ୍ଡି ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ସଶାପଶି ଗ୍ରାମରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଯୋଗ ଦେଇ ଥିବା ବେଳେ କରଗୋଳା ପଞ୍ଚାୟତ ସରପଞ୍ଚ ତାପସ ପାଣି, ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକ ବିଭାବରୀ ରାଉତ, ସଭାପତି ଦୃପତି ମହାନ୍ତ, ସମ୍ପାଦିକା ଅହଲ୍ୟା ବେହେରା, ସମାଜସେବୀ ରମେଶ ମିଶ୍ର , ସ୍ଵଂୟ ସହାୟକ ମହାସଂଘ କଙ୍କଡ଼ାହାଡ଼ ବ୍ଲକ ସମସ୍ତ କାର୍ଯ୍ୟ କରି ସଦସ୍ୟଙ୍କୁ ନେଇ ତିନୋଟି ପଞ୍ଚାୟତର ଚାଷୀ ଭାଇ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଧାନ ମଣ୍ଡି ଶୁଭ ଉଦଘାଟନ କରିଥିଲେ।

ଅନୁମାନ କରାଯାଉଛି ତିନୋଟି ପଞ୍ଚାୟତର ଚାଷୀଭାଇ ମାନଙ୍କ ଠାରୁ ୩୨ହଜାର କ୍ଵିଣ୍ଟାଲ ଧାନ କିଣା ଯିବାର ସମ୍ଭାବନା ରଖା ଯାଇ ଥିବା ବେଳେ। ସେଠାରେ ଚାଷୀ ଭାଇ କିଭଳି ଭାବରେ ବର୍ଷା ଦାଉରୁ ଧାନକୁ ସୁରକ୍ଷିତ ରଖିବେ ତାହାକୁ ନେଇ ଉତ୍ତମ ବ୍ୟବସ୍ଥା କରାଯାଇଛି। ମିଲର ମାନକ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

new life
You might also like
error: Content is protected !!