News
WhatsApp Image 2023-10-04 at 17.25.00
samparksetu

କାଳ ବୈଶାଖୀର ତାଣ୍ଡବରେ ଉଡ଼ିଲା ଦୋକାନ କ୍ୟାବିନ , ଜଣେ ଆହତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗୋତମରା ଛକ ନିକଟରେ କାଳ ବୈଶାଖୀର ତାଣ୍ଡବରେ ନିର୍ମଳ ସିଂହଙ୍କ ଦୋକାନ କ୍ୟାବିନ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ନିର୍ମଳ ସିଂହ ସେହି କ୍ୟାବିନ ରେ ସାଇକେଲ ମରାମତି କରି ନିଜ ପରିବାର ପ୍ରତି ପୋଷଣ କରିବା ସହିତ ପିଲା ମାନଙ୍କ ପାଠ ପଢିବା ପାଇଁ ଗୁଜୁରାଣ ମେଣ୍ଟାଉ ଥିଲେ ।

କିନ୍ତୁ ଆଜି ମଧ୍ୟାହ୍ନ ସମୟରେ ପ୍ରବଳ ମାତ୍ରାରେ ପବନ ହେବାରୁ ଦୋକାନ ଗୃହ ବନ୍ଦ କରି ସେହି ଦୋକାନ ଗୃହ ଭିତରେ ବନ୍ଦ କରି ଜୀବନ ବିକଳରେ ଆଶ୍ରୟ ନେଇଥିବା ବେଳେ ତାଙ୍କର ପୁଅ ସଞ୍ଜୟ ସିଂହ ସେହି ଘରେ ମଧ୍ୟ ରହି ଥିଲେ। ପବନରେ ନିଜ କ୍ୟାବିନ ଆଜବେଷ୍ଟ ଉଡେଇବାରୁ ନିର୍ମଳଙ୍କ ପୁଅ ମୁଣ୍ଡ ଉପରେ ପଡ଼ିବାରୁ ମୁଣ୍ଡ ଫାଟିଯିବାରୁ ସେ ଆହତ ହୋଇଛନ୍ତି।

new life
You might also like
error: Content is protected !!