ପ୍ରତି ବର୍ଷ ଯୋଗ୍ୟ ହିତାଧିକାରୀ ମନୋନୟନ କରି କଚା ଘର ବଦଳରେ ପକ୍କା ଘର ରହିବ ପାଇବ ଲକ୍ଷାଧିକ ଟଙ୍କା ଵ୍ୟୟବରାଦ କରି ଘର ପ୍ରଦାନ କରୁଛନ୍ତି । ବିଡ଼ମ୍ବନାର ବିଷୟ ଏହି ଯୋଜନା ଏବେ ମଧ୍ୟ ଅନେକ ଅସହାୟ ପରିବାର ପାଇଁ ସାତସପନ ପାଲଟିଛି ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣଧରା ଗ୍ରାମର ବାବୁଲି ପଧାନ ଜଣେ ଅସହାୟ ଅନୁସୂଚିତ ଜନଜାତିର ବ୍ୟକ୍ତି ହୋଇଥିଲେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ନିଜର ବୋଲି ଗିଟିଏ ବଖରା ମାଟି ଘରେ ପତ୍ନୀ ସହିତ ୨ପୁଅ ୨ଝିଅ ମିଶି ୬ଜଣ କୁଟୁମ୍ବ ରହିବା ସହିତ ଏହି ଘରେ ରୋଷେଇ ମଧ୍ୟ କରିଥାନ୍ତି ।
ବର୍ଷ ବର୍ଷ ଧରି ଝାଟିମାଟି ଘରେ ବିପଦସଂକୁଳ ଅଵସ୍ଥାରେ ରହୁଥିଲେ ମଧ୍ୟ ପଞ୍ଚାୟତ ଏବଂ ବ୍ଲକର ତଦନ୍ତ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କ ନଜରରେ କିପରି ପଡିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଦିନମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏକ ଘର ନିର୍ମାଣ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ।ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦଉଡି ଦଉଡି ନିରାଶ ହୋଇଛନ୍ତି ବାବୁଲି ।