News
WhatsApp Image 2023-10-04 at 17.25.00
samparksetu

ହତ୍ୟାକାଣ୍ଡ ମାମଲା ରୁ ନିର୍ଦ୍ଦୋଷରେ ଖଲାସ ହେଲା ଆସାମୀ

କାମାକ୍ଷାନଗର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ହତ୍ୟା କାଣ୍ଡ ମାମଲା ର ବିଚାର କରି ଆସାମୀ ଟୁକୁନା ଓରଫ୍ ବିଷ୍ଣୁ ସାହୁ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଘଟଣା ରୁ ପ୍ରକାଶ ଯେ,ଗତ ତା ୦୫/୧୧/୨୦୧୯ ରିଖ ଦିନ ମକୁଆ କାଟେଣୀ ଗ୍ରାମ ର ବ୍ରହ୍ମାନନ୍ଦ ସାହୁ କଙ୍କଡାହାଡ ଥାନା ରେ ଏକ ଲିଖିତ ଏତେଲା ଦେଇଥିଲେ ଯେ ,ଗତ ରାତିରେ ତାଙ୍କ ମା’ ବୈଦେହୀ ସାହୁ କ୍ନୁ ତାଙ୍କ ଭାଇ ପିଟି ପିଟି ମାରିଦେଇଛି ଯାହାକୁ କଙ୍କଡାହାଡ ପୋଲିସ କଙ୍କଡାହାଡ ଥାନା କେଶ ନମ୍ବର ୮୨/୨୦୧୯ ରେ ୩୦୨ ଆଇ. ପି. ସି ରେ ରୁଜୁ କରି ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ସେଇଦିନ ଠାରୁ ଆସାମୀ କାରାଗାର ରେ ଥିଲା ।

ଏହି କେଶ ପରେ ଜି. ଆର୍ କେଶ ନମ୍ବର ୪୧୮/୧୯ ଏବଂ ସିଟ ଏସ ଏସ ୩୭/୨୦ ରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ମଧୁମିତା ମହାନ୍ତି କଂ କୋର୍ଟ ରେ ବିଚାର ହୋଇ ମାନ୍ୟବର ଅଦାଲତ ୧୧ ଜଣ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ଆସାମୀ କୁ ନିର୍ଦ୍ଦୋଷରେ ରେ ଖାଲସ କରିଥିବାର ଜଣାପଡିଛି ।

new life
You might also like
error: Content is protected !!