News
WhatsApp Image 2023-10-04 at 17.25.00
samparksetu

ନବଜାତର ଶିଶୁର ଅନ୍ତ ବୁଜୁଳା ପଦାରେ ;ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ମିଳିଲା ନାହିଁ ସୁବିଧା

ନବଜାତର ଅନ୍ତ ବୁଜୁଳା ପଦାରେ , ଚିକିତ୍ସା ପାଇଁ ସରକାରୀ ମେଡ଼ିକାଲରେ ମିଳିଲା ନାହିଁ ସୁବିଧା ପରିବାର ଲୋକେ ଫେରିଲେ ଘରକୁ l ଏହି ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ କୁସୁମୁଣ୍ଡିଆ ଗାଁରେ l

ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କଙ୍କଡ଼ାହାଡ଼ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବିଚିତ୍ର ଧରଣର ଶିଶୁ ଜନ୍ମ ହୋଇଥିବାର ଜଣାପଡିଛି ।ଖବରରୁ ଜଣାଯାଏ ଏହି ଗାଁର ପଞ୍ଚାନନ ସିଂହଙ୍କ ପତ୍ନୀ ମୋନାଲିସା ସିଂହଙ୍କର ପ୍ରଥମ ଭାବେ ଗର୍ଭ ଧାରଣ କରି ଥିବା ବେଳେ ପ୍ରଥମ ଭାବେ ଜନ୍ମିତ ଶିଶୁର ଅନ୍ତଃ ବୁଜୁଳା ବାହାରି ପଡ଼ିଥିବା ଦେଖିବାକୁ ମିଳିଛି ।ଯାହାକି ଏନ୍ତୁଡ଼ି ଶାଳରେ ରହିବା ଶିଶୁ ଆଜି ତାର ଜୀବନ ବଞ୍ଚାଇବା ପାଇଁ ମା ନିରୁପାୟ ହୋଇ ପଡ଼ିଛି ।

ଆକୁଳ ଚିତ୍କାର କରୁଥିବା ଶିଶୁକୁ କଟକ ଶିଶୁ ଭବନ ନେବାକୁ ପଡ଼ିଥିଲା ।ଶିଶୁର ଏପରି ଦୃଶ୍ୟ ଦେଖି ଶିଶୁ ଭବନର ଡାକ୍ତର ସଫା ମନାକରି ଦେଇଥିଲେ ,ଏହା ଚିକିତ୍ସା କରିବା ଅସମ୍ଭବ ଯୋଗୁଁ ବିନା ଲେଖାରେ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରିଦେଇଥିଲେ ।ସେଠାରେ ମଧ୍ୟ ସେହି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା ।କାରଣ ସେଠାରେ ଡାକ୍ତର କୁଆଡେ କହିଥିଲେ ଆମର ଭେଣ୍ଟି ଲେଟର ନାହିଁ କି ଆୟୁସିର ସୁବିଧା ମଧ୍ୟ ନାହିଁ , ଯାହାକି ଶିଶୁଟିକୁ ଧରି ପୁନର୍ବାର କଟକ ଶିଶୁ ଭବନକୁ ଆଣିଥିଲେ ।

ସେଠାରେ ଡାକ୍ତରଙ୍କୁ ଅପେକ୍ଷା କରି ଶୀତ କାକରରେ ନିରାଶ ହୋଇ ଘର ବାହୁଡ଼ା ହେବାକୁ ପଡ଼ିଛି ଖବର ପାଇ ଚାଇଲଡ ଲାଇନର ସଦସ୍ୟ କୈଳାସ ଚନ୍ଦ୍ର ବେହେରା ଓ ପଦ୍ମ ଚରଣ ବେହେରା ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ଶିଶୁକୁ ବଞ୍ଚାଇବା ଓ ତାର ଚିକିତ୍ସା ପାଇଁ ଅର୍ଥ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଶିଶୁର ମା ଆକୁଳ ନିବେଦନ କରିଛନ୍ତି ।

new life
You might also like
error: Content is protected !!