News
WhatsApp Image 2023-10-04 at 17.25.00
samparksetu

ମନରେଗାରେ ଶ୍ରମିକ ବଦଳରେ ରାତିରେ ଜେସିପି କରୁଛି ଶ୍ରମିକ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଂଚାୟତରେ ଗୋଟିଏ ପରେ ଗୋଟିଏ ମେସିନ ଲଗେଇ ଠିକାଦାର କାମ କରୁଛି!ଜବ କାର୍ଡଧାରୀ ଶ୍ରମିକ କାମ ନ ପାଇଁ ଘରେ ବସିଥିବା ଅଭିଯୋଗ ହେଉଛି ।

ଜବକାର୍ଡ ଧାରୀଙ୍କ ପାଇଁ ସରକାର ମନରେଗା ଯୋଜନା କରିଥିଲେ ସୁଦ୍ଧା ଜବକାର୍ଡ ଶ୍ରମିକ ବଞ୍ଚିତ ହେଉଛନ୍ତି । କିନ୍ତୁ ଠିକାଦାର ରାତିରେ ମେସିନ ଲଗେଇ କାମ କରୁଥିବା ଭିଡ଼ିଓ ଭାଇରାଲ ହୋଉଛି । ଏ ନେଇ ଜି ଆର ଏସ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ କୁ ଯୋଗାଯୋଗ କରିଥିଲେ ମଧ୍ୟ ଜି ଆର ଏସ ଫୋନ ଉଠାଇ ନ ଥିଲେ ।କନିଷ୍ଠ ଯନ୍ତ୍ରୀ ଫୋନ ଲାଗିନଥିଲା ।

ମାଟି କେନାଲ ପୋଖରୀ ରାସ୍ତାରେ ମନରେଗା କାମରେ ମେସିନ ଲଗେଇ ଠିକାଦାର ମାଲାମାଲ ହେଉଛନ୍ତି । କେଦାର ଗୌରୀ ପୋଖରୀରେ ରାତିରେ ମେସିନ ଲଗେଇ କାମ କରୁଥିବା ଠିକାଦାରଙ୍କ ସହିତ ମଧୁଚନ୍ଦ୍ରିକାରେ କାମ କରାଯାଉଥିବା କିଛି ଯୁବକ ଗୁପ୍ତରେ ସୂଚନା ଦେଇଥିବା ସହ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

new life
You might also like
error: Content is protected !!