News
WhatsApp Image 2023-10-04 at 17.25.00
samparksetu

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ !

ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଳକ କରଗୋଳା ପଞ୍ଚାୟତ ଡଙ୍ଗାପାଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଲଷ୍ମୀ ମୁଣ୍ଡାଙ୍କର ବୟସ (୧୨ବର୍ଷ) ଆଜି ୧୧ଘଟିକା ସମୟରେ ମେଡ଼ିକାଲରେକୁ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେ ଛାତ୍ରୀ ନିବାସରେ ରହୁଥିବା ବେଳେ ସକାଳେ ଅସୁସ୍ଥ ହେବାରୁ ପ୍ରଥମେ କଙ୍କଡାହାଡ଼ ମେଡ଼ିକାଲ ପରେ କାମାକ୍ଷାନଗର ମେଡ଼ିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଘଟଣା ସ୍ଥଳରେ କଙ୍କଡାହାଡ଼ ବ୍ଲକ ଶିକ୍ଷା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଥିଲା ।

ଛାତ୍ରୀଙ୍କ ବାପା ବିପିନ ମୁଣ୍ଡା କହିବା ଅନୁଯାୟୀ , ସେ ଜାଣି ନାହାନ୍ତି କ’ଣ ପାଇଁ ହେଲା ଵିଦ୍ୟାଲୟରୁ ଖବର ପାଇ ଆସିଲା ବେଳକୁ ଏଭଳିଆ ଘଟଣା ଦେଖିଲେ ।ବିଦ୍ୟାଳୟ ର ଶିକ୍ଷୟତ୍ରୀ ଙ୍କ କହିବା ଅନୁଯାୟୀ , ସକାଳୁ ଅସୁସ୍ଥ ହେବାରୁ ମେଡ଼ିକାଲ ଆଣିଲେ ଆଉ ଏଠାରେ ଏଭଳିଆ ହୋଇଗଲା ।ଡାକ୍ତର ସିଦ୍ଧାର୍ଥ ବେଉରିଆ କହିଲେ ମେଡ଼ିକାଲ ଆଣିଲା ବେଳକୁ ମୃତ ହୋଇ ସାରିଥିଲା ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ।

ଏଠି ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷୟତ୍ରୀ ସଂଗୀତ ସିଂହ ଓ ୱାଡେନ କବିତା ବାରିକ ଦାୟିତ୍ୱ ତୁଲାଉ ଥିବା ବେଳେ ପିଲାଙ୍କ ଚିକତ୍ସାରେ ଅବହେଳା ଘଟିଲା କାହିଁକି । ଚିକତ୍ସାରେ ଅବହେଳା ଘଟିଛି ନା ପିଲା ମାନଙ୍କ ଦେଖାଶୁଣା ଠିକରେ କରାଯାଉ ନାହିଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଙ୍କଡ଼ାହାଡ଼ ବ୍ଲକରେ ମେଡିକାଲ ଥିଲେ ମଧ୍ୟ ଚିକତ୍ସାରେ ଅବହେଳା ଦେଖିବାକୁ ମିଳୁଛି । ଏଠାରେ ଡାକ୍ତର ନ ଥିବାରୁ ଉତ୍ତମ ଚିକତ୍ସା ନ ଯୋଗାଇବାରୁ କାମାକ୍ଷାନଗର ମେଡ଼ିକାଲକୁ ନେଲା ବେଳକୁ ଜଣେ ନିରୀହ ଛାତ୍ରୀଙ୍କ ମୃତୁ ଘଟିଛି । ଏଡିଏମ ରମେଶ ଚନ୍ଦ୍ର ସେଠୀ , ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ପ୍ରମୁଖ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!