News
WhatsApp Image 2023-10-04 at 17.25.00
samparksetu

ଆଦିତ୍ୟଙ୍କ ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଞ୍ଚାୟତ ତୋରଡାନାଳୀ ଗ୍ରାମର ଆଦିତ୍ୟ ଅଜଣା ରୋଗରେ ପୀଡ଼ିତ ହୋଇ ଦୀର୍ଘ ୩ ବର୍ଷହେବ ଯନ୍ତ୍ରଣାରେ ଛଟପଟ ହେଉଛି । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିବା ବେଳେ ସମସ୍ତ ପ୍ରକାର ସାହାଯ୍ୟ ଯେଗାଇ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିବାର ଜଣାପଡିଛି ।

ତୋରଡାନାଳୀ ଗ୍ରାମର ଦୁର୍ଯ୍ୟଧନ ସାହୁଙ୍କ ପୁଅ ଆଦିତ୍ୟ ସାହୁ(୧୨)ଅଜଣା ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛି । ଗୋଡଠାରୁ ଅଣ୍ଟା ପର୍ଯ୍ୟନ୍ତ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡିଛି । ପାଠ ପଢିବା ପାଇଁ ଇଛା ଥିଲେ ମଧ୍ୟ ଶାରରୀକ ଅକ୍ଷମ ହୋଇ ଗୋଟିଏ ସ୍ଥାନରେ ପଡି ରହିଥିବା ବେଳେ ଯାତାୟତ କରିପାରୁ ନାହାଁନ୍ତି ।

ବାପା ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ଯେତିକିରୋଜଗାର ତାହା ପରିବାରକୁ ନିଅଣ୍ଟ ହେଉଛି । ଆଦିତ୍ୟ ଶରୀରର ୭୦ଭାଗ ଭିନ୍ନକ୍ଷମ ଥିବା ବେଳେ ସରକାରଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭତ୍ତା ବି ମିଳୁନାହିଁ । ଟଙ୍କା ଅଭାବରୁ ପରିବାର ନାବାଳକ ପୁଅକୁ ଚିକିତ୍ସା କରିପାରୁନଥିବା ର ବାପା ପ୍ରକାଶ କରିଛନ୍ତି । ଏଭଳି ସମୟରେ ପୂର୍ଵତ୍ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ତାଙ୍କ ନିକଟରେ ପହଁଚି ଆଦିତ୍ୟକୁ ଭଲ କରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!