News
WhatsApp Image 2023-10-04 at 17.25.00
samparksetu

ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏଠାରେ କ୍ରିକେଟ ,ଖୋଖୋ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଉଭୟ ଛାତ୍ର ଓ ଛାତ୍ରୀ ମାନେ ଭାଗ ନେଇଥିଲେ ।ଏଠାରେ ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଉପସ୍ଥିତ ରହି ଆଜିର ଶିଶୁ କାଲିର ଭବିଷ୍ୟତ ଓ ଶିକ୍ଷା ସହିତ କ୍ରୀଡା ମଧ୍ୟ ନିହାତି ଦରକାର ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବରେ ବ୍ଲକ ଉପା ଅଧ୍ୟକ୍ଷ। ରଞ୍ଜୁବାଳା ବିଶ୍ୱାଳ ,କୁସୁମଯୋଡି ପଂଚାୟତ ସରପଂଚ ରାଧାନାଥ ନାୟକ ,ଜିଲ୍ଲା ଶାରୀରିକ ନିରୀକ୍ଷକ ଜ୍ୟୋତି ପ୍ରକାଶ ପରିଡା ,ଅବସର ପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ପଣ୍ଡା, ଆଳୁଅଝରଣ ଗ୍ରାମ ସଭାପତି ଭାଗିରଥି ନାୟକ ,ଗ୍ରାମ ସମ୍ପାଦକ ରୋହିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ।

ଧନ୍ୟବାଦ ଅର୍ପଣ କରିଥିଲେ ଆଲୁଝରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ସାହୁ ।ଏଠାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ଥିଲେ ।କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

new life
You might also like
error: Content is protected !!