News
WhatsApp Image 2023-10-04 at 17.25.00
samparksetu

ସିଫା ପକ୍ଷରୁ ଦିନିକିଆ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ଆଲୋଚନା ଚକ୍ର

କେନ୍ଦ୍ରୀୟ ଜଳଜୀବ ପାଳନ ସଂସ୍ଥା ( ସିଫା ) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାମଦେବକୋଟ , ଚାଉଳିଆ ଗ୍ରାମରେ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଫା ପକ୍ଷରୁ ଡ଼ଃ ଆଶିଷ ସାହା, ଡ଼ଃ ଏଚ. କେ ବର୍ମନ, ଡ଼ଃ ଚନ୍ଦ୍ର ଶେଖର ମିଶ୍ର ଏବଂ ଉଦୟ କୁମାର ଉଦିତ ଏବଂ ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ଯୋଗ ଦେଇଥିଲେ ।

ମତ୍ସ୍ୟ ପାଳନ ଏକ ଲାଭଦାୟକ ବ୍ୟବସାୟ ଏହା ବ୍ୟାଙ୍କରେ ରଖିଥିବା ସୁନା ପରି ସୁରକ୍ଷିତ ଏବଂ ପ୍ରଚୁର ଲାଭଦାୟକ ବୋଲି ନିଜ ମତ ପ୍ରକାଶକରି ଡ଼ଃ ସାହା ଚାଷୀଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ଚାଷୀଙ୍କ ବିଭିନ୍ନ ସୁବିଧା ଅସୁବିଧା ଉପରେ ଏହି ଆଲୋଚନା ଚକ୍ରରେ ଶଡ଼ଃ ଚନ୍ଦ୍ର ଶେଖର ମିଶ୍ର ଚାଷୀଙ୍କୁ ସିଫା ଦେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ, ସେହିପରି ସରକାର ଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରିଥିଲେ । ଅନ୍ୟପଟେ ମାଛଚାଷ ନେଇ ପ୍ରତିକୂଳ ପରିବେଶ କିପରି ଜଡିତ ହୋଇଥାଏ ଏ ନେଇ ଶୁଭ୍ରାଂଶୁ ଶତପଥୀ ସ୍ଥାନୀୟ ମତ୍ସ୍ୟଚାଷୀଙ୍କୁ ସଚେତନତା କରାଇଥିଲେ, ସିଫା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ଆମ ଜିଲ୍ଲାର ମତ୍ସ୍ୟଚାଷୀ ମାନେ ପ୍ରଚୁର ଲାଭବାନ ହୋଇ ପାରିବେ ବୋଲି କହି ଚାଷୀଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଙ୍କ ସହ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମଟିକୁ ସିଫା ପକ୍ଷରୁ ଫିସରି ଆସିଷ୍ଟାଣ୍ଟ ସନ୍ଦୀପ ବେହେରା ଏବଂ ତପନ ରାଉତ ସୁଚାରୁ ରୂପେ ପରିଚାଳନା କରିଥିଲେ ।

new life
You might also like
error: Content is protected !!