News
WhatsApp Image 2023-10-04 at 17.25.00
samparksetu

ସାପ କାମୁଡାରେ ବାଳକ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଣ୍ଟାପାଳ ପଞ୍ଚାୟତ କଲୋନୀ -୪ ର ରାମଚନ୍ଦ୍ର ନାୟକ (୧୦) ,ଯିଏକି କଣ୍ଟାପାଳ କଲୋନୀ -୪ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ଛାତ୍ର ଥିଲେ ।

ମଙ୍ଗବାର ରାତି ୧୨ ସମୟରେ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା ବୋଲି ଘର ଲୋକଙ୍କୁ ସେ ଜଣାଇଥିଲେ । ଘର ଲୋକ ଉଠି ସଙ୍ଗେ ସଙ୍ଗେ ତାଙ୍କୁ କାମାକ୍ଷାନଗର ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଠାରୁ କଟକ ଚିକିତ୍ସାଳୟ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

new life
You might also like
error: Content is protected !!