News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି

ଖବରରୁ ପ୍ରକାଶ ,ଗତକାଲି ରାତି ଏଗାରଟା ସମୟରେ ହିନ୍ଦୋଳ ବନାଞ୍ଚଳ ରେଞ୍ଜର କନ୍ତାମିଲା ପଂଚାୟତର ପାଣ୍ଡଵ ସାହୁଙ୍କ ପତ୍ନୀ ଇନ୍ଦୁମତୀ ସାହୁ କୌଣସି କାରଣପାଇଁ ତାଙ୍କ ଘରୁ ବାହାରକୁ ଉଠିଥିଲେ , ଏହି ସମୟରେ ଏକ ବଣୁଆ ହାତୀ ଆସି ତାଙ୍କୁ ଆକ୍ରମଣ କରି ଚାଲି ଯାଇଥିଲା ।

ଫଳରେ ଇନ୍ଦୁମତୀ ଗୁରୁତର ଆହତ ହୋଇଥିଲେ,ଇନ୍ଦୁମତୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଗୁରୁତର ଇନ୍ଦୁମତୀ ଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନା ଏବଂ ଅଧିକ ଗୁରୁତର ହେବାରୁ ସେହି ରାତିରେ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା ।

କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ଇନ୍ଦୁମତୀ ସେଠାରେ ମୃତ୍ୟବରଣ କରିଥିଲେ ।ଏହି ଘଟଣାକୁ ନେଇ ଗ୍ରାମରେ ଜନସାଧାରଣରେ ଉତ୍ତେଜନା ଦେଖାଯାଇଥିଲା । ଆଜି ସକାଳେ ହିନ୍ଦୋଳ ରେଞ୍ଜର ଲୋହିତ ରଥ ଘଟଣା ସ୍ଥଳରେ ପହଂଚି ସରକାରଙ୍କ ତରଫରୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଶବ ସତ୍କାର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କ୍ଷତିପୂରଣ ଯୋଗାଇଦିଆ ଯିବାକୁ କହିଥିଲେ ।

new life
You might also like
error: Content is protected !!