News
WhatsApp Image 2023-10-04 at 17.25.00
samparksetu

ଦୂଷିତ ପାନୀୟ ଜଳ ପିଇ କିଡ଼ନୀ ରୋଗରେ ୨୦ ମୃତ, ୩୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଗ୍ରାମାଞ୍ଚଳର ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

କିନ୍ତୁ ଢେଙ୍କାନାଳ ରେ ଏମିତି ଏକ ଗାଁ ଅଛି ଯେଉଁଠି ବସୁଧା ଯୋଜନାରେ ଉଭର ହେଡ୍ ଟାଙ୍କି ବସି ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି , କିନ୍ତୁ ସେଥିରୁ ବାହାରୁଥିବା ଲହୌ ଯୁକ୍ତ ପାନୀୟ ଜଳ ଯୋଗୁଁ ଗ୍ରାମର ୨୦ ରୁ ଉର୍ଦ୍ଧ ଲୋକଙ୍କ କିଡ଼ନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ, ୩୦ ରୁ ଉର୍ଦ୍ଧ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।କିନ୍ତୁ ଏ ନେଇ ପ୍ରଶାସନ ପାଖରେ କୌଣସି ଖବର ନାହିଁଏ ହେଇଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ
କଣ୍ଟାପାଳ ଗ୍ରାମ ।

ଗ୍ରାମରେ ୧୫ଶହ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ, ପାନୀୟଜଳ ନିମନ୍ତେ ପୂର୍ବରୁ ୧୫ ଟି ନଳକୂପ, ସହ ତିନିବର୍ଷ ତଳେ ବସୁଧା ଯୋଜନାରେ ଉଭର ହେଡ ଟାଙ୍କି ନିର୍ମାଣ କରି ପାଇପ୍ ଯୋଗେ ଘର ଘର ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ହୋଇଛି ସତ କିନ୍ତୁ ସବୁଥିରେ ଲହୈ ଯୁକ୍ତ ଦୂଷିତ ଜଳ ଆସୁଥିବା ବେଳେ, ତାକୁ ପିଇ ଗାଁ ର ୨୦ ରୁ ଉର୍ଦ୍ଧ ଗ୍ରାମବାସୀ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ୩୦ ରୁ ଅଧିକ ଲୋକ ଏବେବି ଚିକିତ୍ସାଧିନ ଅବସ୍ଥାରେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି ।

ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କିଡ଼ନୀ ଆତଙ୍କ ଦେଖା ଦେଇଥିବା ବେଳେ, ବ୍ରାହ୍ମଣୀ ନଦୀ ରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ସହ ରୋଗାକ୍ରାନ୍ତ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ସମସ୍ୟା ସମ୍ପର୍କରେ ଆମ ପ୍ରତିନିଧି ଜଣାଇଥିବା ବେଳେ, ଖୁବ୍ ଶୀଘ୍ର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଛନ୍ତି। ତେବେ ତିନି ବର୍ଷ ଧରି ଗାଁ ରେ କିଡ଼ନୀ ଆତଙ୍କ ଦେଖା ଦେଇଥିବା ବେଳେ, ପ୍ରଶାସନ ପାଖରେ କିଭଳି ଖବର ନାହିଁ, ଯାହା ଏବେ ପ୍ରଶାସନ ର ଦାୟିତ୍ଵ ହୀନତା କୁ ପଦରେ ପକାଇଛି। ତେବେ କେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ତାକୁ ହିଁ ଅପେକ୍ଷା।

new life
You might also like
error: Content is protected !!