News
WhatsApp Image 2023-10-04 at 17.25.00
samparksetu

ଜରାଜୀର୍ଣ୍ଣ ଅବସ୍ଥାରେ କନ୍ତିଓ କାଟେଣୀ ନୂଆସାହି ପ୍ରାଥମିକ ବିଦ୍ୟାଳୟ ର ମୁଖ୍ୟ ଫାଟକ

ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ୬ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍କୁଲ ଅଛି ଅଛି ଯାହାର ଭତ୍ତିଭୂମି ଅସଜଡା ହୋଇପଡ଼ିଛି ।

ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟଏ ଉନ୍ନତି ଦିଗରେ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ହାଇସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଉଛି । ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନ ସହ ସ୍ମାର୍ଟ କ୍ଲାସରୁମ ଜରିଆରେ ଶିକ୍ଷାର ମାନ ବୃଦ୍ଧି ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏସବୁ ଭିତରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ କନ୍ତିଓ କାଟେଣୀ ପଞ୍ଚାୟତ ନୂଆସାହି ଠାରେ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିଭୂମି ଅସଜଡ଼ା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବର୍ତ୍ତମାନ କରୋନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଛି । ବିଦ୍ୟାଳୟ ରେ ୨ଟି ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲୁଥିବା ବେଳେ ବିଦ୍ୟାଳୟ ର ମୁଖ୍ୟ ଫାଟକ ଏବଂ ପାଚେରୀ ଟି ଭାଙ୍ଗିରୁଜି ଗଲାଣି । ଯାହା ଫଳରେ ବୁଲା ଗାଈଗୋରୁ ବିଦ୍ୟାଳୟ ପଶିବା ସହ ଅପରାଧିକ କାର୍ଯ୍ୟକଳାପ ଲାଗିରହିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅନ୍ୟପଟେ ବିଦ୍ୟାଳୟ ରେ ଏକ ବୋରିଂ ହୋଇଥିଲେ ମଧ୍ୟ ବିଦ୍ୟୁତ ବ୍ୟବସ୍ଥା ନଥିବାରୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କ କହିବା ଅନୁଯାୟୀ , ଗତ ବର୍ଷ ସ୍କୁଲ ର ଉନ୍ନତି ପାଇଁ ଆସିଥିବା ଟଙ୍କା କରୋନା ରେ ଖର୍ଚ୍ଚ ହୋଇଯାଇଛି । ଚଳିତ ବର୍ଷ ଟଙ୍କା ଆସିଲେ ପାଚେରୀ ଟି ଭାଙ୍ଗି ନୂତନ ପାଚେରୀ ନିର୍ମାଣ ସହ ମୁଖ୍ୟ ଫାଟକ ନିର୍ମାଣ କରାଯିବ ।

new life
You might also like
error: Content is protected !!