News
WhatsApp Image 2023-10-04 at 17.25.00
samparksetu

୬ ବର୍ଷ ହେଲା ଅନ୍ଧାର କୁଡ଼ିଆରେ ପରିବାର

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ପେତ୍ୟେକ ଗରିବ ପରିବାରକୁ ଘର , ମାଗଣା ବିଜୁଳି ସଂଯୋଗ , ପାଣି ଓ ମାଗଣାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସ। ପାଇଁ ଯୋଜନା କରିଛନ୍ତି ।

ହେଲେ ଆଜି ବି ଏମିତି ପରିବାର ଅଛି ଯେଉଁ ଘରକୁ ବିଜୁଳି ନାହିଁ , ଘର ତ କହିଲେ ଭୁଲ ହେବ , ପଲିଥିନ ତଳେ ରକ୍ତଶିକୁଳି ରୋଗରେ ପିଡିତ କନ୍ୟା ସହ ଦମ୍ପତ୍ତି ରହୁଛନ୍ତି ।

କାମାକ୍ଷ।ନଗର ବ୍ଳକ୍ କନ୍ତିଓପୁଟସାହି ପଞ୍ଚାୟତର ରଶ୍ମିତା ଦେହୁରୀ । ସ୍ୱାମୀ ପ୍ରଦୀପ ଜଣେ ଦିନ ମଜୁରିଆ । ଗୋଟିଏ ବୋଲି ଝିଅ ରକ୍ତଶିକୁଳି ରୋଗରେ ପୀଡିତ । ଝିଅକୁ ରକ୍ତ ଦରକାର ବୋଲି ଡାକ୍ତର କହୁଛନ୍ତି । ଘରର ଛପର ନଥିବା ବେଳେ ଝିଅ ଚିକିତ୍ସା କରିବା ଚିନ୍ତା ଦୁଃଖକୁ ବଢ଼ାଇ ଦେଇଛି । ଅନେକ ଥର ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଙ୍କୁ ଗୁହାରୀ କରିଛନ୍ତି , କିନ୍ତୁ ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!