News
WhatsApp Image 2023-10-04 at 17.25.00
samparksetu

ନାଳରେ ପଡିଲା ଜେସିବି ମେସିନ , ଡ୍ରାଇଭର ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡକମର ପଙ୍ଗlତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର ଗ୍ରାମ ନିକଟରେ ରହିଥିବା ଜୋର ନାଳ ପୋଲ ପାଖରେ ଆଜି ଭୋର୍ ସମୟରେ ଏକ ଜେସିବି ଗାଡ଼ି ରାସ୍ତା ତଳକୁ ଓଲଟି ପଡ଼ିଥିଲା ,ଗାଡ଼ିଟି ମହାବିରୋଡ ଅଞ୍ଚଳରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଦୁର୍ଘଟଣାରେ ଗାଡ଼ିର ଚାଳକ ଚାପି ହୋଇଯାଇଥିଲେ , ଏହି ଘଟଣା ଘଟିବା କ୍ଷଣି ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ ,କିନ୍ତୁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଥିଲେ ମଧ୍ୟ ଗାଡିରୁ ଚାଳକ ବାହାରକୁ ବାହାରିବା ସମ୍ଭବ ହୋଇନଥିଲା ।ଯାହାକି ପରଜଙ୍ଗ ଦମକଳ ବାହିନୀର ଆଶ୍ରୟ ନେବାକୁ ପଡ଼ିଥିଲା ।

ଦମକଳ ବାହିନୀ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଅନେକ ଉଦ୍ୟମ କରି ଚାଳକକୁ ଗାଡିରୁ ବାହାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ମେଡିକାଲ ରେ ଭର୍ତ୍ତି କରିଥିଲେ ।ଗାଡ଼ି ଚାଳକ ଜଣଙ୍କ ନାମ ଅଜୟ ବୋଲି ଜଣାପଡିବା ସହ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି ।

new life
You might also like
error: Content is protected !!