News
WhatsApp Image 2023-10-04 at 17.25.00
samparksetu

ଶ୍ରାବଣ ମାସର ଦ୍ୱତୀୟ ସୋମବାର ରେ କାଉଡିଆ ଙ୍କୁ ମନା, ପ୍ରଶାସନ ର କଟକଣାକୁ ଅବମାନନା

ଢେଙ୍କାନାଳ ଜିଲ୍ଲା ର ସମସ୍ତ ଶୈବପୀଠ ସହ କପିଳାସ ପୀଠକୁ କାଉଡିଆ ମାନଙ୍କୁ ଜଳଲାଗି ମନା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ର କଟକଣାକୁ କାଉଡିଆ ମାନେ ଅବମାନନା କରି ହଜାର ହଜାର ସଂଖ୍ୟାରେ କାଉଡିଆ କପିଳାସ ପୀଠରେ ଜଳଲାଗି କରିବା ପାଇଁ ପହଂଚିଛନ୍ତି ।

ରାଜ ପୁରୋଧା ଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ଏହି କଟକଣା ଜାରିକରି ପ୍ରେସ ବିଜ୍ଞପ୍ତି ଦେଇଥିଲେ । ଚିଠି ନଂ 1804ରେ 10-07-2023, 21-08-2023, ଓ 28-08-2023,ତାରିଖ ରେ ଜଳଲାଗି କରିପାରିବେ ।

ହେଲେ, ପ୍ରତେକ ବର୍ଷ ପରି ମାନସିକ ଧାରୀ କାଉଡିଆ ମାନେ କପିଳାସ ରେ ଜଳଲାଗି କରିବା ପାଇଁ ପହଂଚି ସାରିଛନ୍ତି । ରାଜ ପୁରୋଧାଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ଓ ଦେବୋତର ବିଭାଗ କପିଳାସ ପୀଠରେ ଦ୍ୱତୀୟ ସୋମବାର ରେ କାଉଡିଆ ମାନେ ଜଳଲାଗି କରିପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି ।

ସୋମବାର କର୍କଟ ସଂକ୍ରାନ୍ତି ଓ ମଳ ମାସ ପଡୁଥିବାରୁ ନଦୀପାଣି ଅଶୁଦ୍ଧ ରହିଥାଏ ସେଥିପାଇଁ କାଉଡିଆ ମାନଙ୍କୁ ଜଳଲାଗି କରିବାପାଇଁ ମନା କରାଯାଇଛି । ଫଳରେ କପିଳାସ ପୀଠ ରେ ଜଳଲାଗି କରିବାପାଇଁ କାଉଡିଆ ମାନଙ୍କୁ ନିଷେଧ ରହିଥବା ବେଳେ ଏହି କଟକଣାକୁ ଭ୍ରୁକ୍ଷେପ ନକରି ହଜାର ହଜାର ସଂଖ୍ୟାରେ କାଉଡିଆ କପିଳାସ ପାଦଦେଶର ପହଂଚି ଵୃଷବ ଙ୍କ ନିକଟରେ ଜଳଲାଗି କରିବା ପାଇଁ ଭିଡ଼ ଜମେଇଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଚିନ୍ତାରେ ପଡିଛନ୍ତି । ଆଜି ସାନ୍ଧ୍ୟ ସୁଧା ୫୦ ହଜାରରୁ ଉର୍ଦ୍ଧ କାଉଡିଆ ଙ୍କ ସମାଗମ ହୋଇଥିବା ବେଳେ ରାତିରେ କାଉଡିଆ ଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

new life
You might also like
error: Content is protected !!