News
WhatsApp Image 2023-10-04 at 17.25.00
samparksetu

ବିନା ଲାଇଫ ଜ୍ୟାକେଟରେ ନୌକା ବିହାର

କପିଳାସ ଚିଡ଼ିଆଖାନାରେ ଥିବା ନୌକାବିହାର ଚିଡ଼ିଆ ଖାନା ଆସୁଥିବା ସମସ୍ତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ଢେଙ୍କାନାଳ କୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ବାବା ଚନ୍ଦ୍ରଶେଖର ଙ୍କ ଦର୍ଶନ ସାଙ୍ଗକୁ କପିଳାସ ଚିଡିଆଖାନା ବୁଲି ଦେଖିଥାନ୍ତି, ତେବେ କପିଲାସ ଚିଡ଼ିଆଖାନା ଭିତରେ ଥିବା ସୁମଧୁର ଜଳରାଶିରେ ନୌକା ବିହାର ମଜା ମଧ୍ୟ ନେଇଥାନ୍ତି ପର୍ଯ୍ୟଟକ ।

କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ପର୍ଯ୍ୟଟକ ଙ୍କ ବେଶ୍ ଭିଡ଼ ମଧ୍ୟ ଦେଖାଦେଇଛି । ତେବେ ନୌକା ବିହାରରେ ବିନା ଲାଇଫ ଜ୍ୟାକେଟ ରେ ପର୍ଯ୍ୟଟକ ବୁଲୁଥିବାର ଦେଖାଦେଇଛି । ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷ ନୌକା ବିହାର ଟିକଟ କାଟିବା ସମୟରେ ଲାଇଫ ଜ୍ୟାକେଟ ଦେଉନଥିବାର ଜଣେ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଅଭିଯୋଗ କରିଥିବାର ଜଣାଯାଇଛି ।

ତେବେ ବିନା ଲାଇଫଜ୍ୟାକେଟ ରେ ନୌକାବିହାର କେତେ ସୁରକ୍ଷିତ ଏବଂ ଯଦି କୌଣସି ଅଘଟଣ ଘଟେ ତେବେ ଏଥିପାଇଁ ଦାୟୀ କିଏ ରହିବ ବୋଲି ପର୍ଯ୍ୟଟକ ଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

new life
You might also like
error: Content is protected !!